ସତ୍ୟବାଦୀ ପୋଲିସକୁ ବଡ ସଫଳତା ---- ପ୍ରେଟୋଲ ପମ୍ପରୁ ଡକାୟତି କରିବା ପାଇଁ ଉଦ୍ଦ୍ୟମ ପଣ୍ଡ ; ୫ ଯୁବକ ଗିରଫ
ସାକ୍ଷୀଗୋପାଳ ------- ସତ୍ୟବାଦୀ ପୋଲିସକୁ ଗୁରୁବାର ରାତିରେ ବଡ ସଫଳତା ମିଳିଛି । ପୁରୀ ଟାଉନର ୫ ଜଣ ଦୁଦ୍ଦାନ୍ତ ଡାକୟତ ଦଳ ସତ୍ୟବାଦୀ କାଦୁଆ ଛକ ଠାରେ ଥିବା ପ୍ରେଟୋଲ ପମ୍ପରେ ଡକାୟତି ଉଦ୍ଦ୍ୟମ କରୁଥିବା ବେଳେ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପଛପଟେ ସଜବାଜ ହେଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ସତ୍ୟବାଦୀ ପୋଲିସ ତାଙ୍କୁ କାବୁ କରିନେଇଛି । ପୋଲିସ ଚଡାଉ କରିବା ଦେଖି ଗୋଟିଲ ବୋମା ମାଡ କରିଥିଲେ । ସେମାନେ ହେଲେ ପୁରୀ ନରେନ୍ଦ୍ରକୋଣର ଶେଖି ଫକିରୀ( ୩୧) ,ମାଟିତୋଟାର ଭଗବାନ ( ପିଣ୍ଟୁ) ଦାସ (୨୨), ସୁଦର୍ଶନ ନଗରର ଶିବ ଦାସ(୨୪), ଚୁଡଙ୍ଗ ସାହିର ବିଷ୍ଣୁ ( ବିଷୁ) ସାହୁ (୨୭) ଛଇତନା ଗ୍ରାମର ଶୁଭତ୍ର ( ପଫୁ) ଗୋଚ୍ଛାୟତ ( ୩୮) । ଏହି ପାଞ୍ଚ ଜଣଙ୍କ ନାମରେ ପୁରୀର ବିଭିନ୍ନ ଥାନାରେ ବିଭିନ୍ନ କେସ ରହିଛି । ଏମାନେ ପୁରୀ ଜିଲ୍ଲା ରେ ଦୁଦ୍ଦାନ୍ତ ଅପରାଧୀ ଭାବେ ପୋଲିସ ରେକର୍ଡ ରହିଛି । ସବୁଠାରୁ ବଡ କଥା ନିଶା ସମ୍ରାଟ ତଥା କୋରେକ୍ସ ନିଶାର ରାଜା ବିଷୁ ଏହି ଗ୍ୟାଙ୍ଗରେ ସାମିଲ ହୋଇଛି । ବିଷୁ ପୁରୀ ପୋଲିସ ଦ୍ୱାରା ଏନକାଉଣ୍ଟର ହୋଇଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଏମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ଭୁଜାଲି, ଦୁଇ ପ୍ୟାକେଟ ଲଙ୍କା ଗୁଣ୍ଡ, ସୁତୁଲି, କାଗଜଟୁକୁରା ପୋଲିସ ଜବତ କରିଛି । ସେମାନଙ୍କୁ ଆଜି କୋର୍ଟ; ଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଉପ ଆରକ୍ଷୀ ନିରିକ୍ଷକ ଶୁଭଶ୍ରୀ ପିୟ ଦର୍ଶନୀ ନନ୍ଦଙ୍କ ଅଭିଯୋଗ କ୍ରମେ ଥାନା କେସନଂ ୨୮୮/୨୦ରେ ଏକ କେସରୁଜ କରାଯାଇଛି । ଶୁକ୍ରବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି