ଅସହାୟ ମହାପାତ୍ର ପରିବାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଥୁଆପାଲି ଲାୟନ୍ସ କ୍ଳବ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ଦୁର୍ଦ୍ଦିନରେ ତଥା ଅସହାୟ ଅବସ୍ଥାରେ ମହାପାତ୍ର ପରିବାର ଦିନ କାଟୁଥିବା ଖବର ପ୍ରକାଶ ପାଇଥିଲା । ଆଜି ଥୁଆପାଲି ଲାୟନ୍ସ କ୍ଳବ ର ସଭାପତି ରଶ୍ମି ପାଢ଼ୀଙ୍କ ନେତୃତ୍ବରେ ଲାୟନ୍ସ କ୍ଲବର ସଦସ୍ୟମାନେ ଝିଲିମିଣ୍ଡା ପଞ୍ଚାୟତ ସୋର୍ଣ୍ଣା ଗ୍ରାମରେ ପହଞ୍ଚି ଶଶି ମହାପାତ୍ରଙ୍କ ପରିବାରଙ୍କୁ ନିତ୍ୟ ନୈମିତିକ ବ୍ୟବହାର୍ଯ୍ୟ ରାସନ ସାମଗ୍ରୀ ଓ ବାତ ରୋଗରେ ପୀଡ଼ିତ ଥିବା ୩୧ବର୍ଷୀୟ ଜିତେନ୍ଦ୍ରଙ୍କୁ ଏକ ଆଶାବାଡି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ ଅଗ୍ରୱାଲ,ସନ୍ତୋଷ ଅଗ୍ରୱାଲ,ହରି ପ୍ରଧାନ,ରବିନ୍ ଦାଶ ପ୍ରମୁଖଙ୍କ ସହ ସଦସ୍ୟ ମାନେ ସହଯୋଗର ହାତ ବଢାଇଛନ୍ତି । ଆଉ ଯଦି କୌଣସି ସ୍ବେଚ୍ଛାସେବୀ ହ ସହୃଦୟ ବ୍ୟକ୍ତି ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।ସରକାରୀ ସ୍ତରରେ ଆବାସ ଯୋଜନା ଓ ଭତ୍ତା ପାଇଁ ସରକାରଙ୍କୁ ଗୁହାରୀ ଜଣାଇଛନ୍ତି ପରିବାର ଲୋକେ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....