Breaking News

ରାକ୍ଷୀ ପୂର୍ଣ୍ଣିମା ରେ ବ୍ରଜପାତରେ ଭାଇ ଭଉଣୀ ର ମୃତ୍ୟୁ


 ଖଇରା-----ରାକ୍ଷୀ ଭିଜିଗଲା ଆଖି ଲୁହରେ । ରାଖିପୁର୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ଅପେକ୍ଷା କରିଥିଲା । କେତେବେଳେ ଭାଇ ହାତରେ ରାଖୀ ବାନ୍ଧିବ । ଭାଇ ବି ଅପେକ୍ଷା କରିଥିଲା ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଭଉଣୀର ଶୁଭ ମନାସିବ ।ଏବଂ ତାକୁ ସବୁ ବିପଦ ଆପଦରୁ ରକ୍ଷାକରିବ ହେଲେ ବିଧିର ବିଧାନ ଅଲଗା, କି ବିଚିତ୍ର ଏ ସଂସାର ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ପରେ ବଜ୍ରପାତରେ ଭାଇ ଭଉଣୀ ଉଭୟଙ୍କର ମୃତ୍ୟୁ ଘଟିଛି । ପରିବାରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସମସ୍ତେ ମ୍ରିୟମାଣ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗାଁରେ । ଆଜି ଅପରାହ୍ନରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ମଣ୍ଡ ଗାଁର ଭାସ୍କର ବେହେରାଙ୍କର ୧୨ ବର୍ଷୀୟ ଝିଅ ଆଶା ସେହିଗ୍ରାମର ନିରଞ୍ଜନ ଦଳେଇଙ୍କ ୧୫ବର୍ଷର ପୁଅ ସୁଶାନ୍ତଙ୍କୁ ରାଖିି୍ ବାନ୍ଧିବା ପାଇଁ ତାଙ୍କ ଘରକୁ ଆସିଥିଲା , ପରିବାରରେ ଖୁସିର ଲହରି ଖେଳୁଥିଲା ,ହଟାତ ସମୟର ପରିବର୍ତ୍ତନ କେଉଁଠି କେଜାଣି ଥିଲା କାଳ ଗ୍ରହଟା ମାଡି ବସିଲା ଉଭୟ ପରିବାରର ସନ୍ତାନ ସନ୍ତତିଙ୍କ ଉପରେ, ଭାଇ ଭଉଣୀଏକାଠି ସାଙ୍ଗରେ ବସି ଖାଉଥିବା ବେଳେ ମାଡି ଆସିଲା ବିପଦ । ଘରଭିତରେ ଖାଉଥିବା ବେଳେ ବଜ୍ରପାତରେ ଚାଲିଗଲା ଦୁଇ ନିଷ୍ପାପ ପିଲାର ଜୀବନ । ବାପା ମା ଅନ୍ୟ ଆତ୍ମୀୟ ସ୍ଵଜନ ଧର୍ଯ୍ୟ ଧରି ରହିପାରୁନାହାନ୍ତି । ରାକ୍ଷୀ ବାନ୍ଧି ଖାଉଥିବା ଅବସ୍ଥାରେ ଚାଲିଯାଇଥିଲା ଜୀବନ । ରହିଯାଇଥିଲା ସୁଶାନ୍ତଙ୍କ ଡାହାଣ ହାତରେ ଥିବା ଭଉଣୀ ଆଶା ର ରାକ୍ଷୀ ।
  ଅନ୍ୟ ଏକ ଘଟଣା ଶଶୁର ଘରକୁ ବୁଲି ବାକୁ ଆସି ଥିବା ରଙ୍ଗଲତା ପ୍ରଧାନ ଓ ତାଙ୍କ ସ୍ୱାମୀ ବିଜୟ ପ୍ରଧାନ ଆହତ ହୋଇ ଖନ୍ତାପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି ।ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳାଇ ଦେଇଛି ।
ବାଲେଶ୍ୱର ଖଇରାରୁ କିଶୋର କୁମାର ବେହେରାଙ୍କ ରିପୋର୍ଟ

Blog Archive

Popular Posts