Breaking News

ବର୍ଷା ଓ ଝଡ଼ ତୋଫାନରେ ରେଙ୍ଗାଲି କେମ୍ପ ଧ୍ୱଂସ ବିଧ୍ଵଂସ


  ବରଗଡ଼----   ବରଗଡ଼:ଜିଲ୍ଲା ଅତାବିରା ଏନଏସି ସ୍ଥିତ ରେଙ୍ଗାଲି କେମ୍ପରେ ଝଡ଼ ତୋଫାନର ତାଣ୍ଡବ ଦେଖିବାକୁ ମିଳିଥିଲା । ଶ୍ରାବଣର ଶେଷ ବର୍ଷା ଓ ଝଡ଼ ତୋଫାନରେ ରାଜରାସ୍ତାରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ଲାଗିଥିବା  ବୋର୍ଡ଼ ସମ୍ପୂର୍ଣ୍ଣ ଭାଙ୍ଗିଯାଇ ରାଜରାସ୍ତା ଅବରୋଧ ହେବାସହ ଗାଡି ମଟର ଦୀର୍ଘ ସମୟ ଧରି ଅଟକି ରହିଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ଲୋକେ।ଯାହା ସ୍ଥାନୀୟ ଲୋକଙ୍କ ସହାୟତାରେ ରାଜରାସ୍ତା କର୍ମଚାରୀ ମାନେ ଆସି ରାଜରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ବିରାଟ କାୟ ବୋର୍ଡକୁ ହଟାଇଥିଲେ। ସେହିପରି ରେଙ୍ଗାଲିକେମ୍ପ ଛକ ରାଜରାସ୍ତାରୁ ଟାଙ୍ଗରପାଲି କେନାଲ ରାସ୍ତାରେ ଗଛ ଗୁଡିକ ଭାଙ୍ଗି ଯାଇ ଘର ଦ୍ୱାର,ଦୋକାନ,ଇଲେକ୍ଟ୍ରି ତାର ମାନ ଛିଣ୍ଡି ପଡି ରହିଥିଲା ।ଦୀର୍ଘ ୩ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ଯାଇଥିଲା।ଯଦ୍ୱାରା ଅଞ୍ଚଳର ଚାଷୀ ତଥା ଲୋକମାନଙ୍କ ଯିବାଆସିବା ଠପ୍ ହୋଇ ବେପାର ବୃତ୍ତିରେ ବାଧା ସୃଷ୍ଟି ହୋଇଥିଲା।ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ଏନଏସି ଓ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ହେଁ କାହାରି ଦେଖାନଥିଲା  । ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତା ଅବରୋଧକୁ ହଟାଯାଇଥିଲା। ଗୋଟେ ପଟେ କରୋନା ମାଡ଼କୁ  ଝଡ଼ ତୋଫାନର ତାଣ୍ଡବ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।ଏନେଇ ତୁରନ୍ତ ପ୍ରଶାସନିକ ଅଧିକାରୀମାନେ ତାଣ୍ଡବରେ ଉଜୁଡି ଯାଇଥିବା ଦୃଶ୍ୟକୁ ଦେଖି ଆକଳନ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ..

Blog Archive

Popular Posts