Breaking News

>>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • ଦଶ ହଜାର ଘରକୁ ପାଇପି ମାଧ୍ୟମରେ ପାନୀୟ ଜଳ ଯୋଗାଣ କାର୍ଯ୍ୟର ଶୁଭାରମ୍ଭ

    ସାକ୍ଷୀଗୋପାଳ -------  ସତ୍ୟବାଦୀ ବ୍ଳକରେ ୧୦ ହଜାର ପରିବାରଙ୍କୁ ପାଇପି ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ପାଇପି ବିଛା କାର୍ଯ୍ୟର ଶୁଭାରମ୍ଭ  ହୋଇଯାଇଛି ।  ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାଙ୍କ ବହୁ ଦିନର ଉଦ୍ଦ୍ୟମ ସଫଳ ହୋଇଛି । ମହାମାରୀ କରୋନା ଯୋଗୁ କୌଣସି ରାଜନୈତିକ ନେତା ବା ଅଧିକାରୀ ମାନଙ୍କୁ ନଡାକି ଏହି କାର୍ଯ୍ୟ ଉକ୍ତ ଠିକା ସଂସ୍ଥା ଆରମ୍ଭ କରିଛି । ଗୁରୁ ପୂର୍ଣ୍ଣମୀ ଅବସରରେ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରୁ ପାଇପି ବିଛା କାର୍ଯ୍ୟର  ଶୁଭାରମ୍ଭ କରାଯାଇଛି । ସୁଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବିଭୁତିବାଟିକା ପରିସରରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଏହି ପରିପେକ୍ଷୀରେ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୧୦ ହଜାର ପରିବାରଙ୍କ ଘର ଆଗରେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି କାମକୁ ଏଲଆଣ୍ଡଟି କମ୍ପାନୀ ନେଇଥିବାର ଜଣାପଡିଛି ।  କମ୍ପାନୀର ତତ୍ୱାବଧାରକ ଇଂ ଭି . କାର୍ତ୍ତିିକ, ଫିଲଡ ସୁପରଭାଇଜର ନିରଞ୍ଜନ ବାରିକ, ଓ ପିଏଚଡି ମିସ୍ତ୍ରୀ ଲକ୍ଷ୍ମୀଧର ପରିଡା ଏବଂ ଶ୍ରମିକ ମାନେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେ ପ୍ରତି ଦୁଆର ମୁହଁରେ ପାନୀୟ ଜଳ ଯୋଗଇ ଦିଆଗଲେ ଯାହାକୁ ନେଇ ଗ୍ରାମବାସୀ ମାନେ ବହୁତ ଖୁସି ଥିବାର ଜଣାପଡିଛି । ଆଗରୁ ଯେଉଁ ପାନୀୟ ଜଳ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା ଏହି ଯୋଜନା ସଠିକ କାର୍ଯ୍ୟ କଲେ ପାନୀୟ ଜଳରୁ ଲୋକମାନେ ମୁକ୍ତି ପାଇବେ ବୋଲି ଗ୍ରାମବାସୀ ମାନେ କହନ୍ତି ।
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

    Blog Archive

    Popular Posts