Breaking News

୧୭ଟି ବ୍ରହ୍ମ କମଳ ଫୁଲ ପୁଟିଲା

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ବଳଭଦ୍ର ମହାପାତ୍ରଙ୍କ ବାରିରେ ଏକ ସଙ୍ଗେ ୧୭ଟି ବ୍ରହ୍ମକମଳ ଫୁଲ ଫୁଟିଛି । ପ୍ରଥମେ ୬ଟି ଫୁଲ ଫୁଟିଥିଲା । ତାର କିଛି ସମୟ ପରେ ଅନ୍ୟ ୧୧ଟି ଫୁଲ ଫୁଟିଥିଲା । ସୁଚନା ଯୋଗ୍ୟ ଯେ ତାଙ୍କ ଅଗଣାରେ ଥିବା ଏହି ଦୁର୍ଲବ ଫୁଲ ଗଛଟି ପ୍ରାୟ ୫ ବର୍ଷ ହେବ ଫୁଲ ଫୁଟି ଆସୁଝି ।  ପ୍ରତିବର୍ଷ ସେ ପୁରୀ ଜଗନ୍ନାଥ ମନ୍ଦିର ସହିତ ସାକ୍ଷୀଗୋପିନାଥ, ବାଟମଙ୍ଗଳା, ଗ୍ରାମ ଦେବା ଦେବୀଙ୍କୁ ଫୁଲ ଦେଇଥାନ୍ତି । ମାତ୍ର ଏ ବର୍ଷ ମହାମାରୀ କରୋନା ଯୋଗୁ ପୁରୀ ଜଗନ୍ନାଥଙ୍କୁ ଦେଇ ନା ପାରିବାରୁ ତାଙ୍କର ମନବହୁତ ଦୁଖଃ ହୋଇଛି । ଶେଷରେ ସେ ସତ୍ୟବାଦୀ ଅଠେଇଶ ଗ୍ରାମରେ ପୂଜିତ ଜଗନ୍ନାଥଙ୍କୁ ରବିବାର ଗୁରୁ ପୂର୍ଣ୍ଣମୀ ଅବସରରେ ଫୁଲ ତକ ଲାଗି କରାଇଛନ୍ତି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts