Breaking News

ମାରୁତି ସେନା ପକ୍ଷରୁ ଅସ୍ଥାୟୀ ଗୋଶାଳାରେ ଖାଦ୍ୟ ଯୋଗାଣ

ପୁରୀ ----- ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବିଭିନ୍ନ ଯାଗାରେ ଅସ୍ଥାୟୀ ଗୋଶାଳା ନିର୍ମାଣ କରାଯାଇଥିଲା । ପୁରୀ ବଡଦାଣ୍ଡରେ ଓ ଏହାର ଆଖ ପାଖ ସାହି ମାନଙ୍କରେ ବୁଲା ଗୋରୁ, ଗାଈ, ଷଣ୍ଢ ମାନଙ୍କୁ ରଖା ଯାଇଥିଲା । ମାରୁତି ସେନା ପକ୍ଷରୁ ଗୋଶାଳାରେ ଥିବା ପଶୁ ମାନଙ୍କୁ  ଶୁଖିଲା ଖାଦ୍ୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ  ମାରୁତି ସେନାର ସଂଯୋଜିକା ଇତିଶ୍ରୀ ମହାନ୍ତି ଙ୍କ ସହିତ ଲିନୁ ନାୟକ, ଅଭୟ ମହାନ୍ତି, ବାହୁଡା ପ୍ରଧାନ, ଶ୍ରୀଧର ଆଚାର୍ଯ୍ୟ, ଜଗତ ପ୍ରଧାନ, ରୀନା ପରିଡା, ରାଜ୍ୟ ସଭାପତି ପପୁ ଦଳବେହେରା, ସାରଦା ମିଶ୍ର, ମନୋଜ ମାଝୀ, ହୃଷିକେସ ପରିଡା, ଅଭୟ ମାଝୀ, କାଳିଆ ବେହେରା, ପ୍ରକାଶ ସ୍ୱାଇଁ, ଅନିଲ ସ୍ୱାଇଁ, ଅରୁଣ ନାୟକ, ଶ୍ରୀକାନ୍ତ ସାହୁ, ଜୟନ୍ତ ସ୍ୱାଇଁ, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ଧୀରେନ୍ଦ୍ର ସେନାପତି 

Blog Archive

Popular Posts