ନାବାଳିକାକୁ ଦୁଷ୍କତ୍ମ , ଥାନାରେ ମାମଲା ରୁଜୁ , ଆସାମୀ ଫେରାର
ଜଗତସିଂହପୁର- ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡବିଶୁନପୁର ପଞ୍ଚାୟତର ଜନୈକା ନାବାଳିକା ନିଜ ମାଛ ପୋଖରୀ ନିକଟରେ ଛେଳି ଚରାଉଥିବା ସମୟରେ ନିକଟସ୍ଥ ଜାନକା ଦେଇପୁର ପଞ୍ଚାୟତର ଜଣେ ଯୁବକ ନାବାଳିକାକୁ ଦିଷ୍କର୍ମ କରିଥିବା ନାବାଳିକାଙ୍କ ପରିବାର ପକ୍ଷରୁ ଏରସମା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଥାନା ପକ୍ଷରୁ କେସ୍ ୯୯/୨୦୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅଭିଯୋଗ ପରେ ଏରସମା ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ମାଝୀ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ପଚାରି ବୁଝିଥିଲେ । ଅଭିଯୁକ୍ତଙ୍କ ଘରକୁ ଯିବାରୁ ଗତକାଲି ଠାରୁ ଅଭିଯୁକ୍ତର ପରିବାର ସମସ୍ତେ ଫେରାର ରହିଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ଏହି ନାବାଳିକା ଦୁଷ୍କର୍ମକୁ ନେଇ ଚାପା ଉତେଜନା ସୃଷ୍ଟି ହୋଇଛି । ସ୍ଥାନୀୟ ମହିଳା ମହାସଂଘ ତରଫରୁ ଆଜି ଅସାମୀକୁ ତୁରନ୍ତ ଗିରଫ କରିବାକୁ ଦୃଢ ଦାବୀ କରାଯାଇଛି । ଘଟଣା ସମ୍ପର୍କରେ ଏରସମା ପୋଲିସ ତୀକ୍ଷଣ ନଜର ରଖିଥିବା ଜଣାପଡିଛି । ବହୁ ଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଆଇଆଇସି ଶ୍ରୀ ମାଝୀ କହିଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର