Breaking News

ଯୋଜନା ପରେ ଯୋଜନା,ଯୋଜନା ଏଠି ସବୁ ଯୋଜନା ବାଟବଣା.


 ବରଗଡ଼----ସରକାର ବାହାଦୂର ଗରିବ ଖଟିଖିଆ ମାନଙ୍କ ପାଇଁ ମନ ଖୋଲି ଯୋଜନା ମାନ କରି କୋଟି କୋଟି ଅନୁଦାନ ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି।ଯେଉଁ ଯୋଜନା ଆଜି କେବଳ କାଗଜ କଲମରେ ସୀମିତ ରହି ନାଲି ଫିତା ତଳେ ଚାପି ହୋଇ ରହିଛି ବୋଲି ଲୋକମାନେ କହନ୍ତି । ପ୍ରକୃତ ହିତାଧିକାରୀମାନଙ୍କ ପାଇଁ ଯୋଜନା ତୁଚ୍ଛ ପରି ମନେ ହୁଏ।ଏଠି ତେଲିଆ ମୁଣ୍ଡରେ ତେଲ ଭଳି ଯୋଜନା । କେବଳ ଥିଲା ଵାଲାଙ୍କ ଯୋଜନା ବୋଲି ଲୋକେ କହନ୍ତି।ଆଜି ବି ପ୍ରକୃତ ହିତାଧିକାରୀ ସେଇ ସେବାରୁ ବଞ୍ଚିତ। ଯାହା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସିଆଲଖଣ୍ଡଥା ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗପାଲି ଗାଁର କୁଷ୍ଠ ରୋଗରେ ପୀଡିତ ଓ ଅସହାୟ ହୋଇ ଗାଁରୁ ଏକ ନିର୍ଜନ ସ୍ଥାନ  ଏକ ପଡ଼ିଆରେ ବସ୍ତା ପାଳ କୁଡ଼ିଆରେ ପଡିରହି ନିଜର ଜୀବନ ଯୁଦ୍ଧରେ ସଂଘର୍ଷ କରି ଚାଲିଥିବା କୁଳମଣି ବାଦୀଙ୍କ କ୍ଷେତ୍ରରେ। ସେ କୁହନ୍ତି,ଯିଏ ଥିଲା ମୁହଁ ଫେରାଇ ନେଲେ।ଶରୀରକୁ ଧୀରେ ଧୀରେ ରୋଗ ଗ୍ରାସୀ ଯାଉଥିବାବେଳେ ଗାଁ ଲୋକଙ୍କ ସହ ଘରଲୋକ ଶୁଦ୍ଧିକ୍ରିୟା କରି ମତେ ଭୁଲି ଗଲେଣି କହି ବୋଲି କାନ୍ଦି ପକାନ୍ତି କୁଳମଣି।ଦିନ ପରେ ଦିନ ଗଡିଯାଉଛି ହେଲେ ଦୃଷ୍ଟି ଗୋଚର ହେଇଥିଲେ ମଧ୍ୟ ପ୍ରଶାସନର ଦେଖାନାହିଁ।ଆଗକୁ ଦୈବୀ ଦୁର୍ବିପାକ।ବିଭିନ୍ନ ଅନୁଷ୍ଠାନ ତଥା ବଦାନ୍ୟ ବ୍ୟକ୍ତି ମାନଙ୍କ ଆଶ୍ରାରେ ତଥା ଆଜି ୟୁଥ ଏସୋସିଏସନ ତରଫରୁ ସହାୟତାର ହାତବଢ଼ାଇ ଥିବାର ଦେଖିବାକୁ ମିଳିଛି।ତାରପୋଲିନ ସାହାଯ୍ୟରେ ଏକ ଅସ୍ଥାୟୀ କୁଡ଼ିଆ ଘର ଖଣ୍ଡେ କରିଦେଇଛନ୍ତି।ତେବେ କିଏ ବା କାହିଁକି ଦେବ ନିଜ ଲୋକ ତ ମୁହଁ ଫେରାଇ ନେଉଛନ୍ତି।ଏଥିରେ ୟୁଥଏସଓସିଏସନର ଜେମ୍ସ ରଣବିଡା ଙ୍କ ନେତୃତ୍ୱରେ ଆଦର୍ଶ ଶିକ୍ଷକ ଶ୍ରୀ ରଞ୍ଜୁ ଭୁଏ, ବେଦବ୍ୟାସ ଗନ୍ତିଆ, ନୀଳମଣି ବନଗୁଲା, ସୁକଦେଵ ସେଟ,ବିଷ୍ଣୁ ଭୁଏ, ଟିକିଲ।ଲ ଭୁଏ,ଆଷାଢୁ ଭିଲ, ନାରାୟଣ ରଣବିଡ଼।,ଦିଲୀପ ମଲ୍ଲିକ, ରଶ୍ମି ମେଣ୍ଡଳୀ, ରାଜା ପାଣ୍ଡେ ପ୍ରମୁଖ ସହଯୋଗୀ ରହିଥିବାବେଳେ ଦୀର୍ଘ ଦୁଇବର୍ଷ ଧରି ଖାଦ୍ୟ ଯୋଗାଉଥିବା ମହିୟସୀ ମହିଳାଙ୍କୁ ଧନ୍ୟବାଦ ଜଣାଇ ପ୍ରଶାସନ ତାଙ୍କୁ ରୋଗମୁକ୍ତ କରିବା ସହ ବିଭିନ୍ନ ସରକାରୀ ଯୋଜନାର ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି।ଦେଖାଯାଉ ଜିଲ୍ଲା ପ୍ରଶାସନର ନିଦ କେବେ ଭାଙ୍ଗୁଛି।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts