ସରକାରଙ୍କ ଶ୍ରମ ଆଇନ ବିରୁଦ୍ଧରେ କଳା ଦିବସ ପାଳନ କଲେ ବିଦ୍ୟୁତ ବିଭାଗୀୟ ମିଳିତ ମଞ୍ଚ
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଲାଦେର ପାଲି ସ୍ଥିତ ୩୩/୧୧ ଗ୍ରୀଡ଼ ସବ୍ ଷ୍ଟେସନ ଠାରେ ୱେସ୍କୋ ୟୁଟିଲିଟି ର ସମସ୍ତ ବିଦ୍ୟୁତ ଶ୍ରମିକ, କର୍ମଚାରୀ, ଇଞ୍ଜିନିୟର ମାନଙ୍କ ମିଳିତ ମଞ୍ଚ ଆନୁକୂଲ୍ୟରେ ଏକ ପ୍ରତିବାଦ ସଭା ଓ କଳାଦିବସ ରୂପେ ପାଳନ ହୋଇଯାଇଛି। କେନ୍ଦ୍ର ସରକାର ଶ୍ରମ ଆଇନ ସଂଶୋଧନ, ନୂତନ ଆଇନ ବିଧେୟକ ୨୦୨୦ ପ୍ରଣୟନ,ବିଦ୍ୟୁତ କ୍ଷେତ୍ରର ଘରୋଇକରଣ କରିବାର ପ୍ରୟାସ ଆରମ୍ଭ କରିଛନ୍ତି। ଏପରିକି ଦୀର୍ଘ ୧୨ବର୍ଷ ହେଲା ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ମାନଙ୍କୁ ନିୟମିତ କରାଯାଉନାହିଁ।ଏହି ନିକଟ ଭବିଷ୍ୟତରେ ସେସୁ ବିଦ୍ୟୁତ ସଂସ୍ଥାକୁ ରାଜ୍ୟ ସରକାର ଟାଟା ପାୱାର ହାତରେ ଟେକି ଦେଇଛନ୍ତି। ବିଦ୍ୟୁତ କ୍ଷେତ୍ରର ଘରୋଇକରଣ,ଶ୍ରମିକ,କର୍ମଚାରୀ,ଇଞ୍ଜିନିୟର ଓ ଗ୍ରାହକ ବିରୋଧୀ। ଏସବୁ ଦାବିକୁ ନେଇ ସର୍ବ ଭାରତୀୟ ଶ୍ରମିକ କର୍ମଚାରୀ ଇଞ୍ଜିନିୟରଙ୍କ ମିଳିତ ମଞ୍ଚ ଆହ୍ୱାନରେ କଳା ଦିବସ ପାଳନ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି ଭବିଷ୍ୟତରେ ଏହି ଦାବି ଗୁଡିକ ସମାଧାନ ନକରନ୍ତି ଶ୍ରମିକ,କର୍ମଚାରୀ, ଇଞ୍ଜିନିୟର ବିରୋଧି ମନୋବୃତ୍ତିରୁ ବିରତ ନ ରୁହନ୍ତି।ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ଓ ଏଥି ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦାୟୀ ରହିବେ।ଜୁନ ୧କୁ ସମଗ୍ର ଭାରତ ବର୍ଷରେ ସବୁ ଟ୍ରେଡ଼ ୟୁନିୟନ ଗୁଡିକ କଳାଦିବସ ରୂପେ ପାଳନ କରିଛନ୍ତି।
ନବୀନ ଦାଶଙ୍କ ରିପୋର୍ଟ...