ଲୁଟେରା ମାତିଛନ୍ତି,ପୋଲିସ ନିରୁପାୟ..
ବରଗଡ଼--- ବରଗଡ଼ ଜିଲ୍ଲାରେ ଚୋରୀ, ଡକାୟତି,ଲୁଟମାର ଦିନ ଦ୍ବୀପହରେ ଚାଲିଛି । ଏବେ ପୁଣି ଦିନ ସାଢେ ୩ଟାରେ ସମ୍ବଲପୁର-ବରଗଡ଼ ୱେରେ ଚକୁଳି ଫାର୍ମ ଓ ସରଣ୍ଡା ଛକ ମଝିରେ ରାଜରାସ୍ତା କଡରେ ଦିନ ୧୧ଟାରୁ ଛିଡା ହୋଇଥିବା ଏକ ଟ୍ରକ (ଆର୍ ଜେ୧୪ ଜିକେ ୭୬୮୭)ର ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ ସହ ଲୁଟେରାଙ୍କ ଶିକାର ହୋଇଛନ୍ତି। ସମ୍ବଲପୁର ପଟୁ ଏକ ବାଇକ(ଓଡ଼ି ୧୭ଏଲ ୪୧୫୩)ଯୋଗେ ଆସି ଦୁଇଜଣ ଲୁଟେରା ଆସି ଡ୍ରାଇଭରକୁ ମାଡ଼ପିଟ କରି ତାଙ୍କ ଠାରୁ ସାଢ଼େ ୪ହଜାର ଟଙ୍କା, ମୋବାଇଲ ଫୋନ,ଟ୍ରକ ଗାଡିର ଚାବି ଟାଣି ନେଇ ଫେରାର ହୋଇ ଯାଇଛନ୍ତି।ଏହି ସମୟରେ ଡ୍ରାଇଭର ସହ ବହୁ ଟଣାଓଟରା ହେବା ସହ ତାର ସବୁକିଛି ଲୁଟି ନେଇଯାଉଥିବାରୁ ଲୁଟେରାଙ୍କ ବାଇକର ପଛ ପଟକୁ ଜୋର କରି ଧରି ରଖିବାରୁ ଲୁଟେରା ମାନେ ଅପରେସନ ବ୍ଲେଡ଼ରେ ମରଣାତ୍ମକ ଆକ୍ରମଣ କରିବା ପରେ ଆଖପାଖ ଲୋକ ଆସିବା ଦେଖି ବାଇକଟି ଛାଡି ଫେରାର ହୋଇଯାଇଥିଲେ। ଏନେଇ ଅତାବିରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରିବା ସହ ଲୁଟେରାଙ୍କ ବାଇକକୁ ଜବତ କରି ଟ୍ରକ ଟିକୁ ଛାଡି ଦେଇ ଅଧିକ ତଦନ୍ତ ଜାରି ରଖିଛି।ସେହିପରି ଅତାବିରା ଥାନା ଅଞ୍ଚଳରେ ମୁଖ୍ୟ ରାଜପଥ କଡରେ ଦିନ ଦ୍ବୀପହରରେ ଲୁଟମାର, ଚୋରି, ଡକାୟତି,ମାରପିଟ,ଖୁଲମଖୁଲା ନିଶା କାରବାର ସହ ଡୁପ୍ଲିକେଟ ଦେଶିବିଦେଶୀ ମଦ ବିକ୍ରି କରି ମାଲାମାଲ ହେଉଥିବା ବେଳେ ଦିନକୁ ଦିନ ଅସାମାଜିକ ଘଟଣା ମାନ ଘଟି ସ୍ଥାନୀୟ ଲୋକେ ଯିବାଆସିବା ସୁରକ୍ଷିତ ମଣୁ ନାହାନ୍ତି।ଏହିଭଳି ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଅତାବିରା ଥାନା ଅଞ୍ଚଳରେ ବୋମା ବିସ୍ଫୋରଣ ଘଟଣାକୁ ପାଖାପାଖି ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି।କିଛି ଦିନ ଆଗରୁ ରେଙ୍ଗାଲିକେମ୍ପ ରୁ ଥୁଆପାଳି କେନାଲ ରୋଡ଼ରେ ଜହ୍ନାପଡା ବ୍ରିଜ ନିକଟରେ ମଧ୍ୟ ଲୁଟେରା ମାନେ ଲୁଟି ଯିବାଆସିବା ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିଥିବାର ଜଣାପଡିଛି।ସତେ ଯେମିତି ଅଞ୍ଚଳଟି ଚୋରୀ ଡକାୟତି ର ଗଡ଼ ପାଲଟି ଗଲାଣି।ଲୁଟେରା ମାନେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରାଇ ତାଙ୍କରି ଦୌରାତ୍ମ ବଢ଼ାଇ ଚାଲିଛନ୍ତି।ଏବେ ସରକାରଙ୍କ ଲକଡାଉନ ସମୟରେ ପୋଲିସର କଡା ପହରା ଓ ରାଜରାସ୍ତା ମଝିରେ ଷ୍ଟିଟ ଲାଇଟ ସହ ସରକାରୀ ମୁଣ୍ଡ ଲାଗିଥିଲେ ପୋଲିସର ହାତ ଖାଲି ରହୁଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏଥିପ୍ରତି ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ତଥା ସରକାର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।
ନବୀନ ଦାଶଙ୍କ ରିପୋର୍ଟ......