Breaking News

ବିଶ୍ବ ପରିବେଶ ଦିବସରେ ନିଆରା ପ୍ରୟାସ




ଶରଣକୁଳ: ପ୍ରକୃତି ପାଇଁ ସମୟ । ଆମେ ଖାଉଥିବା ଖାଦ୍ୟ, ଆମେ ନିଃଶ୍ୱାସ ନେଉଥିବା ବାୟୁ, ଆମେ ପିଇଥିବା ଜଳ ଏବଂ ଜଳବାୟୁ ଯାହା ଆମ ଗ୍ରହକୁ ବାସଯୋଗ୍ୟ କରିଥାଏ ପ୍ରକୃତିରୁ ଆସିଥାଏ । ନିଜର ଯତ୍ନ ନେବା ପାଇଁ ଆମେ ପ୍ରକୃତିର ଯତ୍ନ ନେବା ଆବଶ୍ୟକ ରହିଛି ବୋଲି ଏବେ ସମସ୍ତେ ଅନୁଭବ କଲେଣି। ଜାଗ୍ରତ ହେବାର ସମୟ ଆସିଛି । ପ୍ରକୃତି ପାଇଁ ଏହା ସମୟ ।ଏଣୁ ଆଜିର ଦିନରେ ଶରଣକୁଳ ନୟାଗଡ ର ସ୍ବେଚ୍ଛାସେବୀ ଅନୁଷ୍ଠାନ *ଫ୍ରେଣ୍ଡସ ହେଲ୍ପ ଗ୍ରୁପ*  ସଦସ୍ୟ ସୁଜିତ କୁମାର ପ୍ରଧାନ ,ପ୍ରମୋଦ ପ୍ରୁଷ୍ଟି,ପ୍ରକାଶ ମାନ୍ନା ,ପ୍ରଦୀପ୍ତ ସେନାପତି ,ଗୋଡିପଡା ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ଶତପଥି ଓ ମେଡିକାଲ ଆୟଷ ଡକ୍ଟର ଯଶୋବନ୍ତ ସୁବୁଦ୍ଧି ଙ୍କ ଉପସ୍ଥିତିରେ     ରେ ବଉଳ ,ଆମ୍ବ ,ଅର୍ଜୁନ ଇତ୍ୟାଦି ଚାରା ରୋପଣ କରାଯାଇଥିଲା । ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରିବା ,ପଲିଥିନ ପ୍ଲାଷ୍ଟିକ ବ୍ୟବାହାର ନକରି ପରିବେଶ ପ୍ରଦୂଷଣ ନକରିବା ଭଳି  ବ୍ୟାପକ ସଚେତନତା ସୃଷ୍ଟି କରିବା ଜାରିରଖିବେ ବୋଲି କହିଛନ୍ତି ।
ଶରଣକୁଳରୁ ମାନସ ସାହୁ

Blog Archive

Popular Posts