ଦୁର୍ଘଟଣା ଗୋରୁକୁ ଉଦ୍ଧାର କଲେ ବଜରଙ୍ଗ ଦଳର ସକ୍ରିୟ କର୍ମୀମାନେ.
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଦୁର୍ଗା ମନ୍ଦିର ନିକଟରେ ଆଜି ବଢି ଭୋରରୁ ଏକ ଗୋରୁ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିରହିଥିଲା । ୯ଘଣ୍ଟା ସମୟରେ ଅତାବିରା ବଜରଙ୍ଗ ଦଳ ପ୍ରଖଣ୍ଡର ସକ୍ରିୟ କର୍ମୀ ପ୍ରଭାସ ମଲ୍ଲିକ, ପରମେଶ୍ୱର ପଟେଲ ଓ ସୋନୁ ରାଓ ପ୍ରମୁଖ ପହଞ୍ଚିଥିଲେ । ଦୁର୍ଘଟଣା ଗସ୍ତ ଗୋରୁର ପଛପାଖ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା । ଗୋରୁଟି କଷ୍ଟ ରେ ଛଟପଟ ହୋଇ ଗୁରୁତର ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଭେଟେନାରୀକୁ ଚିକିତ୍ସକଙ୍କୁ ଡକାଇ ଚିକିତ୍ସା କରାଯାଇଥିଲା । ଗୌଶାଳା ସ୍ଥିତ ଗୋ ଶାଳା ରେ ପହଞ୍ଚାଇ ସେଠାରେ ଗୋରୁ ଟିକୁ ରଖା ଯାଇଛି
ନବୀନ ଦାଶଙ୍କ ରିପୋର୍ଟ