ମାର୍କେଟ ୟାର୍ଡ ଅବ୍ୟବସ୍ଥା ଯୋଗୁଁ ମୌଳିକ ସୁବିଧାରୁ ଚାଷୀ ବଞ୍ଚିତ , ଜିଲ୍ଲାପାଳଙ୍କୁ ଦେଲେଦାବିପତ୍ର
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଆର ଏମ୍ ସି ଅଧିନରେ ୧୯ ମାର୍କେଟ ୟାର୍ଡ ରହିଛି । ଅଞ୍ଚଳଟି କୃଷି ବହୁଳ ଅଞ୍ଚଳ ହୋଇଥିଲେ ହେଁ ୟାର୍ଡ ମାନଙ୍କରେ ଦୀର୍ଘ ଦିନରୁ ଅବହେଳିତ ହୋଇ ପଡ଼ିରହିଛି । ସ୍ଥାନୀୟ ପ୍ରଶାସନର ଖାମଖିଆଳି ମନୋଭାବ ଯୋଗୁଁ ଆଜି ବି ଚାଷୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଅମଳ କରିଥିବା ଧାନ ଠିକ ଭାବରେ ବିକ୍ରି କରିପାରିନାହିଁ।ଏସବୁ ସମସ୍ୟାକୁ ଆଖି ଆଗରେ ରଖି ପ୍ରାୟ ୟାର୍ଡ ମାନଙ୍କରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କଭରସେଟ ମାନ ତିଆରି କରିଛନ୍ତି। ହେଲେ ଯଥା ପୂର୍ବଙ୍ଗ ତଥା ପରଙ୍ଗ ଅବସ୍ଥା ସେଠାରେ ଦେଖିବାକୁ ମିଳିଛି । ଯାହା କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଛି ସତ ହେଲେ କଭରସେଟକୁ ଧାନ ବୋଝେଇ ଗାଡି ତ ଦୂର ଚାଲିକି ଯିବାକୁ ମଧ୍ୟ ରାସ୍ତା ନାହିଁ। ଯଦ୍ୱାରା ଚାଷୀ ଖୋଲା ଆକାଶ ତଳେ ଧାନ ଗୁଡିକ ଚିରା ତାରପୋଲିନ ଭରଷାରେ ରଖିବା ପାଇଁ ବାଧ୍ୟ ହେଉଛନ୍ତି।ସାମାନ୍ୟ ରାସ୍ତା ଟିକକ ପାଇଁ ଅନେକ ୟାର୍ଡ ମାନଙ୍କରେ ଧାନ ଗୁଡିକ ଭିଜି ଗଜା ହେବାକୁ ବସିଲାଣି ତ ଆଉ କେଉଁ ୟାର୍ଡରେ ଧାନ ଗୁଡିକୁ ପାଣି ଘେରରେ ଭାସିବା ଅବସ୍ଥାରେ ରହିଛି। ସେହିପରି କଭରସେଟ ଗୁଡିକ ଅତି ନିମ୍ନ ମାନର ତଥା ଠିକ ଭାବରେ ତିଆରି ହୋଇ ନଥିବାରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତାରପୋଲିନ ଟଣା ପଡୁଛି।ଯାହା କଭରସେଟକୁ ପାଣି ପଶି ଧାନ ଭିଜି ଗଜା ହେଉଥିବା ୟାର୍ଡ ନଜିର ରହିଛି।ଯାହା ଆଜି ଏହିସବୁ ମୌଳିକ ସୁବିଧା ବଞ୍ଚିତ ରହି ଅବ୍ୟବସ୍ଥିତ ପପଙ୍ଗା ମାର୍କେଟ ୟାର୍ଡର ଚାଷୀମାନେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସୁବିଧା କରିବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଦାବି ଜଣାଇଛନ୍ତି।ତେବେ ଦେଖାଯାଉ ଜିଲ୍ଲା ପ୍ରଶାସନର ନିଦ କେବେ ଭାଙ୍ଗୁଛି।
ନବୀନ ଦାଶଙ୍କ ରିପୋର୍ଟ