Breaking News

ପଦାକୁ ଆସୁଛି ନିମ୍ନ ମାନର କାମ



 ବରଗଡ଼-- ଚାଷୀ ଅମଲକରି ଧାନ ଗୁଡିକୁ ସୁରକ୍ଷିତ ରଖିବା ପାଇଁ ସରକାର ଧାନ ମଣ୍ଡି ମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଭରସେଟ ମାନ ତିଆରି କରିଛନ୍ତି।ହେଲେ ସେଇ କଭରସେଟ ମାନଙ୍କରେ ଗୋଟେ ଋତୁ ଧାନ ଠିକ ଭାବରେ  ରଖାଯାଇନାହିଁ।ହେଲେ କଭରସେଟ ଗୁଡିକର ଅବସ୍ଥା ଯାହା ନଦେଖିଲେ ବିଶ୍ୱାସ କରିହେବ ନାହିଁ।ଯାହା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଅତାବିରା ଆର ଏମ୍ ସି ଅଧୀନରେ ଥିବା ମଣ୍ଡି ମାନଙ୍କରେ।ଯାହା ନିର୍ମାଣ ହେବାର କିଛିଦିନ ପରେ କେତେକ ଫାଟି ଆଁ କରିଛି ତ ଆଉ କେତେ ସ୍ଥାନରେ କଭରସେଟରେ ଲାଗିଥିବା ଚଦର ଝୁଲି ବିପଦକୁ ଆମନ୍ତ୍ରଣ କରୁଛି।ସେହିପରି କଭରସେଟ ଲାଗିଥିବା ଖୁଣ୍ଟ ଓ ପାଇପ ଗୁଡିକ କଥା ନକହିବା ଭଲ  । ଲାଗିବା ଦିନଠାରୁ କଳଙ୍କି ହେବାରେ ଲାଗିଛି।ତେବେ କୋଟି କୋଟି ଟଙ୍କାର କଭରସେଟ କାମ କାହା ସ୍ୱାର୍ଥରେ ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏନେଇ ଆର ଏମ୍ ସି ସେକ୍ରେଟାରୀ ଓ ବିଭାଗୀୟ ଜେଇଙ୍କୁ ମଧ୍ୟ ଅବଗତ କରିବା ସହ କାମ ଆରମ୍ଭରେ ଥିବା ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦଙ୍କୁ ମଧ୍ୟ ଅବଗତ କରାଯାଇଥିଲା ।  ଜେଇଙ୍କୁ ତଥ୍ୟ ମଧ୍ୟ ମାଗଯାଇଥିଲା । ବାଲି ଫିଲିଙ୍ଗ ସ୍ଥାନରେ ମାଟି ଓ ପାଉଁଶ ଗୁଣ୍ଡ ପକାଇ ଠିକାଦାର ପୋଷା ନୀତିରେ କାମ ହୋଇଥିବାରୁ ଆଜି ଏହି ଅବସ୍ଥା ହୋଇଛି ବୋଲି ଚାଷୀମାନେ କହନ୍ତି । ଜେଇ ଆଜି ଭୁବନେଶ୍ୱର ତ କାଲି ଅନୁଗୁଳ କହି ଆର ଏମ୍ ସି ସେକ୍ରେଟାରୀ ବିଶ୍ୱଜିତ ବାରିକଙ୍କ ସମସ୍ତ ତଥ୍ୟ ଅଛି ନେଇଯିବେ କହିଥିଲେ।ହେଲେ ସେକ୍ରେଟାରୀ ବାରିକ ମୋ ପାଖରେ ନାହିଁ ଆମର ସେଥିରେ କିଛି ନାହିଁ କହି ଜେଇଙ୍କୁ ମାଗନ୍ତୁ ବୋଲି କହି ତଥ୍ୟ ଦେବା ତ ଦୂର କଥା ପ୍ରତିକ୍ରିୟା ମଧ୍ୟ ରୋକଠୋକ ମନା କରିଦେଇଥିଲେ।ଯାହା ଦିହେଁ ଦିହିଙ୍କୁ କାଦୁଅ ଫିଙ୍ଗା ଫିଙ୍ଗି ହୋଇ ଠିକାଦାର ମାନଙ୍କ ସଲସୁତୁରାରେ କାମଚଳା କାମ କରି ଅର୍ଥ ହରିଲୁଟ ହେଇଥିବାର ଅଭିଯୋଗ ହୁଏ।କେବଳ ସେତିକି ନୁହେଁ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶିତ ହୋଇ ପୂର୍ବରୁ ଥିବା ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ,ଉପ ଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦଙ୍କ ଠାରେ ତଦନ୍ତ ଦାବି ହୋଇଥିଲେ ହେଁ ତଦନ୍ତ କରିବା ତ ଦୂର କଥା "ଖଜୁରୀ ଗଛର ଗୁଣ ଗାଇବି ସେତ ମୂଳରୁ ପାହାଚ ପାହାଚ"।ଦିନ ପରେ ଦିନ ଗଡି ଜିଲ୍ଲାପାଳ ଉପଜିଲ୍ଲାପାଳ ବଦଳି ଚାଲିଗଲେ ହେଲେ ଆଜି ପର୍ଯ୍ୟନ୍ତ ତାହା ତଦନ୍ତ ହୋଇପାରିନାହିଁ କି ତଥ୍ୟ ମଧ୍ୟ ଗଣମାଧ୍ୟମକୁ ମିଳି ପାରୁ ନାହିଁ । 

ନବୀନ ଦାଶଙ୍କ ରିପୋର୍ଟ...

Blog Archive

Popular Posts