ସତ୍ୟବାଦୀରେ ପ୍ରଥମ କରୋନା ଜନିତ ମୃତ୍ୟୁ ; ଜନସାଧାରଣ ଭୟଭୀତ
ସାକ୍ଷୀଗୋପାଳ----ରାଜ୍ୟରେ କରୋନା ଯୋଗୁ ସବୁଠପ ହୋଇପଡିଛି । କରୋନା ତାର କାୟା ବିସ୍ତାର କରି ଚାଲିଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ସାଣ୍ଢରା ଗ୍ରାମ ପଞ୍ଚାୟତର ପ୍ରଥମ କରୋନା ରୋଗରେ ପୀଡିତ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଯାଇଛି ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ଉକ୍ତ ବ୍ୟକ୍ତି କର୍କଟ ରୋଗରେ ପୀଡିତଥିଲେ । ସେ ଚିକିତ୍ସା ହେଉଥିଲେ । ମାତ୍ର ଦୁଇ ଦିନ ତଳେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା । ତାଙ୍କ ର କରୋନା ପଜେଟିଭ ବାହାରିବା ପରେ ତାଙ୍କୁ ସମ କେରାନା- ୧୯ ମେଡିକାଲରେ ଚିକିତ୍ସା କରାଯାଉଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିବା ପରେ ସତ୍ୟବାଦୀରେ ଏହାକୁ ନେଇ ଜନସାଧାରଣରେ ବହୁ କଥା ଶୁଣିବାକୁ ମିଳୁଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି