ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି କୁମ୍ଭରକାର ପରିବାର
ସାକ୍ଷୀଗୋପାଳ------ ବିଶ୍ବ ମହାମାରୀ କରୋନା ମାଡରେ ପ୍ରଭାବିତ ସତ୍ୟବାଦୀ ବ୍ଲକର କୁମ୍ଭକାର ପରିବାର । ଦିନ ରାତି ବୁଲୁଥିଲା ଚକ ସେଥିରେ ପରିବାର ପ୍ରତିପୋସଣ ହେଉଥିଲା । ହେଲେ ଏବେ ୩ମାସ ହେଲାଣି ଚକ ବୁଲିବା ଏକ ପ୍ରକାର ବନ୍ଦ ହୋଇଯାଇଛି । ଯେଉଁଥିରେକି ପରିବାର ଚଲେଇବା କଷ୍ଟ ହୋଇପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ରାୟଖଣ୍ଡି ପଞ୍ଚାୟତ ର ବଡବସନ୍ତ ଗ୍ରାମ, ମହୁରା ପଞ୍ଚାୟତର ବାଗଲ ପୁର, କେତକୀ ପାଟଣା ପଞ୍ଚାୟତ ର ମେଳକ ସାହି,ସମେଇପୁର,ପାଟଣା ସାହି, ପୋଡଙ୍ଗସାହି , ଜୟପୁର , ନରେନ୍ଦ୍ରପୁର ମୁଦୁଲି ସାହି, ବରପୁତ୍ର ମୁଦୁଲି ସାହି, ଶ୍ରାରାମଚନ୍ଦ୍ରପୁର ମୁଦୁଲି ସାହି ଆଦି ଗ୍ରାମରେ ପ୍ରାୟ ଶତାଧିକରୁ ଉର୍ଦ୍ଧ୍ବ କୁମ୍ଭକାର ପରିବାର ବସବାସ କରନ୍ତି । ଜେଜେ ଗୋସିବାପ ଅମଳରୁ ଏମାନଙ୍କର କୌଳିକ ବୃତି ହେଲା ଶ୍ରୀମନ୍ଦିର କୁ ଅଭଡ଼ା କୁଡୁଆ ଯୋଗାଇବା ଓ ବାହା ପୁଆଣି ଭଲମନ୍ଦରେ ମାଟି ପାତ୍ର ବିକ୍ରି କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା । ଏହି କାର୍ଯ୍ୟ ରେ ପରିବାରର ମହିଳା ପୁରୁଷ ସମସ୍ତେ ମିଳିମସି କାମ କରନ୍ତି । ପ୍ରତେକ ଦିନ ଟ୍ରକ ଟ୍ରକ କୁଡୁଆ ମହାପ୍ରସାଦ ପାଇଁ ପୁରୀକୁ ଯାଏ ।ହେଲେ ଏବେ ତିନିମାସ ହେଲା ମହାମାରୀ କରୋନା ଯୋଗୁ କାମ ବନ୍ଦ ହୋଇଯାଇଛି । ଯାହାବି କୋଡୁଆ ହେଉ କି ଅନ୍ୟାନ୍ୟ ସାମଗ୍ରି ରହିଛି ସେ ସବୁ ବିକ୍ରି ନହୋଇ ପଡିରହିଛି । ସେପଟେ ସରକାରଙ୍କ ପକ୍ଷରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ଥିବାରୁ କୋଡୁଆ ପୁରୀ କୁ ଯାଇପାରୁନାହିଁ । ଅନ୍ୟପଟେ ବାହାଘର ହେଉ କି କୌଣସି ମାଙ୍ଗଳିକ କାର୍ଯ୍ୟ ହେଉ ଏକ ପ୍ରକାର ବନ୍ଦ ଥିବାରୁ ମାଟିପାତ୍ର ର ଆବଶ୍ୟକତା ପଡୁନାହିଁ । ଯାହାଦ୍ୱାରା କୌଣସି ରୋଜଗାର ନଥିବାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନେକ କୁମ୍ଭକାର ପରିବାର ।
ଆଗରୁ ପ୍ରଳୟଙ୍କରୀ ବାତ୍ୟା ଫନୀ ପରେ ମହାମାରୀ କରୋନା ଏବେ ଗଲା କିଛିଦିନ ବାତ୍ୟା ଅମ୍ଫାନ ରେ ଗଢିଥିବା କୋଡୁଆ ଠାରୁ ମାଟିରେ ତିଆରି ହୋଇଥିବା ବିଭିନ୍ନ ସାମଗ୍ରୀ ଜିନିଷ ସବୁ ନଷ୍ଟହୋଇ ଜାଇଥିବା ବେଳେ ସରକାର ପକ୍ଷରୁ କୋୖଣସି ସାହାଯ୍ୟ କିମ୍ବା ପୋସାହନ ରାଶି ପାଇନଥିବା ଅଭିଯୋଗ ଆଣିଛନ୍ତି କୁମ୍ଭାରକର ପରିବାର ଲୋକେ । ହେଲେ ତିନିମାସ ହେଲାଣି ବିକ୍ରିବଟା ନହେବାରୁ ଭୋକଉପାସରେ ଦିନ କାଟୁଛନ୍ତି କୁମ୍ଭକାର ପରିପାର । ଏହି ସମୟରେ ସରକକରଙ୍କ ସାହାଯ୍ୟ ସହଯୋଗ କୁ ଅପେକ୍ଷା କରିଛନ୍ତି କୁମ୍ଭାକାର ପରିବାର ।
ରାଜ୍ୟ ସରକାର କେନ୍ଦ୍ର ସରକାର ବନ୍ୟା ବାତ୍ୟା ମହାମାରୀ ସମୟରେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରୁଥିବା ବେଳେ ନିଜ ନିଜର କୌଳିକ ବୃତି କୁ ହରାଇ ବସିଥିବା କୁମ୍ଭକାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି ।