Breaking News

ଆଖି ପିଛୁଳାଖେ ଖାଇ ଯାଉଛନ୍ତି ଗଛର ପତ୍ର ; ଠିଆ ହୋଇ ରହିଛି ଥୁଣ୍ଟା ଗଛ


ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତର ମୁମ୍ବାଇ-କଲିକତା ୫୩ନଂ ଜାତୀୟ ରାଜପଥ  ଗୋଡ଼ଭଗା ଛକରୁ ଲହଣ୍ଡା ଯିବା ରାସ୍ତାର ଲକ୍ଷ୍ମଣ ନଗର ଛିଦ୍ରା ପଡା ରାସ୍ତା କଡରେ ଥିବା ଅରଖ, ଶିଶୁ,ଲିମ୍ବ ପ୍ରଭୁତ୍ତି ଗଛ ମାନଙ୍କରେ ଏବେ ପତ୍ର ନାହିଁ । ଖରା ଦିନ ପରି ଥୁଣ୍ଟା ଗଛ ଦେଖିବାକୁ ମିଲିଛି।ଗୋଟିଏ ଡାଳ ରେ ଶହଶହ ସଂଖ୍ୟକ କୀଟ ବସି ଅଳ୍ପ ସମୟ ମଧ୍ୟରେ ପତ୍ର ସବୁ ଖାଇ ନଣ୍ଡା କରି ଦେଉଛନ୍ତି।ଏନେଇ ବରଗଡ଼ କୃଷି ବିଭାଗୀୟ ଡିଡିଏ  ଦୀନବନ୍ଧୁ ଗାନ୍ଧୀ,କେବିକେ ସାଇଣ୍ଟିସ୍ଟ ଗମ୍ଭାରୀ ପାଲି , ନୃସିଂହ ଚରଣ ବାରିକ,ସିନିୟର ସାଇଣ୍ଟିସ୍ଟ ସନତ ମେହେର,ଏଡିଏ ସୋଏ ରବି ସେନାପତି,ଅତାବିରା ବ୍ଲକ କୃଷି ବିଭାଗ ଅଧିକାରୀ ବିଜୟ ପଟ୍ଟନାୟକ, ଗୋଡ଼ଭଗା ଭିଏଡବ୍ଲୁ ସୌଦାମିନୀ ବିଶ୍ୱାଳ,ଲହଣ୍ଡା ଭିଏଡବ୍ଲୁ ସବିତା ଆଚାର୍ଯ୍ୟ,କୃଷକ ସାଥି ପ୍ରହଲ୍ଲାଦ ଭୋଇ ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।  ତଦନ୍ତ ଜାରି ରଖିବା ସହ ବିଭାଗ ପକ୍ଷରୁ ଏହି କୀଟ ମାନଙ୍କ ଉପରେ ଲାମଡା ସାଇଆଲୋଥ୍ରୀନ ସ୍ପ୍ରେ କରାଯାଇଛି।କୃଷି ବିଭାଗୀୟ ଅଧିକାରୀ ଏମାନେ ପଙ୍ଗପାଳ ନୁହନ୍ତି ଓ ସେମାନେ କ୍ଷତି କରିବେ ନାହିଁ ବୋଲି କହୁଥିବାବେଳେ ବୈଜ୍ଞାନିକ ମାନେ ଏମାନେ ହୁଏତ ପଙ୍ଗପାଳ ହେଇନପାରନ୍ତି ହେଲେ ଏମାନେ ବି ଯଦି ଫସଲ ମୁହାଁ ହୁଅନ୍ତି ତେବେ ଫସଲ ହାନି ହେବାର ସମ୍ଭାବନା ରହିଛି ବୋଲି  କହନ୍ତି । କୃଷି ବିଭାଗ ପକ୍ଷରୁ ସେମାନଙ୍କୁ ଦମନ ପାଇଁ ଚେଷ୍ଟା ଚାଲିଛି ବୋଲି ଚାଷୀ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି। ଏହି କୀଟ ମାନେ ଏକ ସଙ୍ଗେ ଶହଶହ ସଂଖ୍ୟା ରେ ଗଛ ଉପରେ ଆକ୍ରମଣ କରୁଛନ୍ତି । ଯାହା ଫଳରେ ଚାଷୀମାନେ ଦେଖିଲା ବେଳକୁ ସେମାନଙ୍କ ଫସଲ ଉଜୁଡି ଯାଇଥିବା । ତୁରନ୍ତ ଉକ୍ତ କୀଟ ଫସଲ ମୁହାଁ ହେବା ଆଗରୁ ନିଲାମ କରିବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି ହେଉଛି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts