Breaking News

ପୁଣି ମାଡ଼ି ଆସୁଛନ୍ତି ଅଜଣା କୀଟ,ପତ୍ର ଖାଇ ଥୁଣ୍ଟା କରୁଛନ୍ତି ଗଛ , ଚାଷୀ ଚିନ୍ତାରେ



  ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଗୋଡ଼ଭଗା ଛକରୁ ଲହଣ୍ଡା ଯିବା ରାସ୍ତା କଡରେ ଏକ ଅଜଣା କୀଟ ଦେଖାଯାଇଥିଲା।ଯାହା ଅଞ୍ଚଳର ଚାଷୀମାନଙ୍କ ନିଦ ହଜାଇ ଦେବାସହ ପଙ୍ଗପାଳ ନାଁ ଝିଣ୍ଟିକା ବୋଲି ପ୍ରଶ୍ନ ମଧ୍ୟ ଉଠିଥିଲା । ସଙ୍ଗେ ସଙ୍ଗେ ଦୁଇ ଜଣ ବୈଜ୍ଞାନିକଙ୍କ ସହ ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ଗତ ୪ତାରିଖ ଦିନ ତତ୍ପରତାର ସହ ଆସି ପଙ୍ଗପାଳ ନୁହଁ ବୋଲି କହିଥିଲେ।  ବୈଜ୍ଞାନିକ ସନତ ମେହେର ପଙ୍ଗପାଳ ହୋଇ ନପାରନ୍ତି ଏମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରାନଗଲେ ଏମାନେ ଯଦି ଫସଲ ମୁହାଁ ହୁଅନ୍ତି ତେବେ ଫସଲ ନଷ୍ଟ କରିବେ ବୋଲି କହିଥିଲେ।ଯାହା କୃଷି ବିଭାଗ ପକ୍ଷରୁ କୀଟ ମାନଙ୍କ ଦମନ ପାଇଁ ସାଇଆଲୋଥ୍ରୀନ ସ୍ପ୍ରେ କରାଯାଇଥିଲା। ହେଲେ ୧୦/୧୧ଦିନ ପରେ ସେଇ କୀଟ ମାନଙ୍କୁ ଲହଣ୍ଡା ରାସ୍ତାର ଦୁଇ କଡରେ ପତ୍ର ଥିବା ଗଛ ମାନଙ୍କୁ ଥୁଣ୍ଟା କରିବାରେ ଲାଗିଛନ୍ତି।ଯାହା ଅଞ୍ଚଳର ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏମାନଙ୍କୁ ଦମନ କରିବା ପାଇଁ ଚାଷୀ ମହଲରେ ଦାବୀ ହେଉଛି।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts