Breaking News

ପ୍ରେସମିଟ ଜରିଆରେ ଛତୁ ଚାଷୀ ରଖିଲେ ଦାବି

 ପିପିଲି-- ପିପିଲି ଛତୁ ଚାଷୀ  ସଂଘଠନ ଏକ ପ୍ରେସମିଟ ଜରିଆରେ ରାଜ୍ୟ ସରକାରଙ୍କ ପାଖରେ ତିନିଦଫା ଦାବି ରଖିଛି । ରାଜ୍ୟରେ କରୋନା ଯୋଗୁ ୫ମ ପର୍ଯ୍ୟାୟ ଲକ ଡାଉନ ସହିତ ସଟ ଡାଉନ ଜାରି କରିଛନ୍ତି । ବିଶେଷ କରି ଶନିବାର ଓ ରବିବାର ଦୁଇଦିନ ସଟ ଡାଉନ ଜାରି କରିଛନ୍ତି । ଯାହା ଫଳରେକି ଛତୁ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଛତୁ ଏକ ଅତ୍ୟଧିକ ପଚନଶୀଳ ପଦାର୍ଥ । ଦୁଇଦିନ ସଟ ଡାଉନ ହେଲେ ଛତୁ ଉତ୍ପାଦନ କେହି ରୋକି ପାରିବେ ନାହିଁ । ଛତୁ ବିକ୍ରୟ ନ ହୋଇ ପୋଚିଯିବ । ଚାଷୀ କ୍ଷତିର ସମ୍ମୂୁଖୀନ ନିଶ୍ଚିତ ହେବ । ଯାହା ଫଳରେକି ଛତୁ ଚାଷୀ ଋଣରେ ବୁଡିଯିବେ । ଛତୁ ଚାଷୀ ଅନେକ ପାକୃତିକ ବିପର୍ଯ୍ୟୟରେ ପଡି ବହୁତ କ୍ଷତି ସହି ସାରିଲେଣି । ଏବେ ଚାଷୀ ବିଭିନ୍ନ ସୁତ୍ରରୁ ଧାର କରଜ କରି ଚାଷ ଆରମ୍ଭ କରିଛନ୍ତି । ଲଗାତର ଦୁଇ ଦିନ ସଟ ଡାଉନ ଜାରି କରିବା ଫଳରେ ଛତୁ ବିକ୍ରୟ ହୋଇ ପାରିବ ନାହିଁ । ହଜାର ହଜାର ଟଙ୍କା କ୍ଷତି ସହିବାକୁ ପଡିବ ବୋଲି ଚାଷୀ ମାନେ କହିଛନ୍ତି । ଏହାକୁ ନଜର କରି ଓଡିଶା ଛତୁ ଉତ୍ପାଦନ କାରୀ ମହାସଂଘ ପକ୍ଷରୁ ତିନି ଦଫା ଦାବି କରାଯାଇଛି । ଛତୁ ଚାଷୀ ମାନଙ୍କୁ ସେମାନଙ୍କ ଗ୍ରାହକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସୁ ବନ୍ଦୋବସ୍ଥ କରାଯାଉ । ସଟ ଡାଉନ ସମୟରେ ଚତୁ ଚାଷୀ ମାନଙ୍କୁ ନ ଅଟକାଉଯାଉ । ଛତୁ ଚାଷୀ ମାନଙ୍କୁ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ  ପ୍ରେସ ମିଟ  ଜରିଆରେ ଦାବି  ରଖିଛନ୍ତି ।  ରାଜ୍ୟ ଉପସଭାପତି ସନ୍ତୋଷ ମିଶ୍ର, ସାଧାରଣ ସମ୍ପାଦକ ସୁବାଶ ଦାସ, ଜିଲ୍ଲା ସଭାପତି ତ୍ରିନାଥ ଗୁରୁ ଓ ଅନ୍ୟ ମାନଙ୍କ ମଧ୍ୟରେ ବିରଞ୍ଚି ମିଶ୍ର, ସଞ୍ଜୟ ସ୍ୱାଇଁ, ଲକ୍ଷ୍ମଣ ବସ୍ତିଆ, ସୁବାଶ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ

Blog Archive

Popular Posts