Breaking News

ଘରୋଇ ଜଙ୍ଗଲରେ ଲାଗିଲା ନିଆଁ ; ଜଳିଗଲା ୫ ଏକର ଜଙ୍ଗଲ

ଡେଲାଙ୍ଗ ----ଡେଲାଙ୍ଗ  ବ୍ଳକର ସୁଜନପୁର ଗ୍ରାମ ପୟଞ୍ଚାୟତର କଅଁଳପଡା ଗ୍ରାମର ୨୨ ଜଣଙ୍କର ପ୍ରାୟ ୫ ଏକର ଜଙ୍ଗଲ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଯାଇଛି ।  ଯାହା ଫଳରେକି ଉକ୍ତ ଜଙ୍ଗଲରେ ଥିବା ବାଉଁଶ, ଆମ୍ବ, ପଣସ, ଚାକୁଣ୍ଡା, ଦେବଦାରୁ, ଆକାଶିଆ ଆଦି ଜଙ୍ଗଲି ଗଛ ଗୁଡିକ ପୋଡି ଯାଇଥିବା ଜଣାପଡିଛି ।  କୌଣସି ଲୋକ ଝାଡା ବା ବାଟରେ ଯିବା ସମୟରେ ବିଡି ବା ସିଗାରେଟ ନିଆଁ ଝୁଲରୁ ଏହି ଅଗ୍ନିକାଣ୍ଡ ଘଟି ଥିବା ସନ୍ଦେହ କରାଯାଉଛି ।  ସନ୍ତୋଷ କୁମାର ପଟ୍ଟନାୟକ, ଗୋକୁଳ ନନ୍ଦ ସାମନ୍ତସିଂହାର, କଣ୍ଡୁରୀ ଚରଣ ମଙ୍ଗରାଜ, ରମେଶ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରକାଶ କୁମାର ସାମନ୍ତସିଂହାର, ପ୍ରଶାନ୍ତ ଛୋଟରାୟ,  ପିତାମ୍ବର ସାମନ୍ତସିଂହାର ପ୍ରମୁଖଙ୍କର ଘରୋଇ ଜଙ୍ଗଲ ଜମିରେ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ବହୁ ଗଛ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ  ଡେଲାଙ୍ଗ ଅଗ୍ନିଶମ ସେବା ଅଧିକାରୀ ସନ୍ତୋଷ ଦାଶ, ହାବିଲଦାର ଜୟରାମ ସାହୁ, ଆଗ୍ନିକ କିଶୋର ରଣା, ଶ୍ରୀନିବାସ ସାହୁ, ଓ ଓମ ପ୍ରକାଶ ସାହୁ  ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts