ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯାପିତ
କୁଜଙ୍ଗ----- କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଆ ଆନୁକୁଲ୍ୟରେ ଦୀର୍ଘ ୧୨ଦିନ ଧରି ଚାଲିଥିବା ବାଳିକା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହିରଣ୍ୟ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ବକ୍ତବ୍ୟ ମାଧ୍ୟମରେ ଅଧ୍ୟକ୍ଷ ଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରିଥିବା କୌଶଳକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟରେ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା କଳ୍ପନା ବିଶ୍ୱାଳ, ଗୃହ ବିଜ୍ଞାନ ଓ ଜୟନ୍ତି ସ୍ୱାଇଁ, ସମାଜବିଜ୍ଞାନ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ତଥ୍ୟ ସମ୍ବଳିତ ଆତ୍ମ ସୁରକ୍ଷା ଉପରେ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜିକା ମମତା ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୧୨ଦିନର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହିତ ଶେଷ ହୋଇଥିଲା । ଅଧ୍ୟାପକ ଶ୍ରୀ ପ୍ରଶାନ୍ତ ଶେଖର ପଟ୍ଟନାୟକ ଛାତ୍ରୀମାନଙ୍କୁ ବାସ୍ତବକ୍ଷେତ୍ରରେ ଉକ୍ତ କୌଶଳକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ଅଧ୍ୟାପିକ ଶୁଭ୍ରାମଂଜରୀ ବେହେରା ମଧ୍ୟ ଛାତ୍ରୀମାନଙ୍କୁ ବହୁ ମୂଲ୍ୟବାନ ପରାମର୍ଶମାନ ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ନିବେଦିତା ମଣ୍ଡଳ ଏହି କାର୍ଯ୍ରକ୍ରମରେ ଉପସ୍ଥିତ ଥିଲେ । ପରିଶେଷରେ ଛାତ୍ରୀମାନେ ଶିକ୍ଷାଗ୍ରହଣ କରିଥିବା ବିଭିନ୍ନ କୌଶଳ ପ୍ରଦର୍ଶନ କରିଲେ ଏବଂ ତାଲିମ ଗ୍ରହଣ ପ୍ରମାଣ ପତ୍ର ଅତିଥିମାନଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର