ବ୍ଳକ ସ୍ତରୀୟ ପରାମର୍ଶ ଶିବିର
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ପରିସରରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ପକ୍ଷରୁ ବ୍ଳକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ଜୀବିକା ମିଶନ ଆୟୋଜନ କରିଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ସଭାପତିତ୍ୱ କରିବା ସହ ବିଡିଓ ସରୋଜ କୁମାର ଦତ୍ତ , ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଓରମାସର ଜିଲ୍ଲା ସଂଯୋଜକ ପିୟ ଦର୍ଶନ ଜେନା, ଓଡିଶା ଜିବିକା ମିଶନର ବ୍ଳକ ପ୍ରକଳ୍ପ ଅଧିକାରୀ ଶାଶ୍ୱତୀ ଦାଶ , ସାଜସେବୀ ସୁନିଲ କୁମାର ପଣ୍ଡା, ଦେବାଶିଷ ରାୟପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା କରାଯାଇଛି । ଗ୍ରାମଞ୍ଚଳରେ ଥିବା ବେକାର ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ମନ ପସନ୍ଦ ଅନୁଯାୟୀ ସଂସ୍ଥା ଚୟନ କରି ସେଥିରେ ତାଲିମ ନେବା ସହ ବିଭିନ୍ନ କର୍ମକ୍ଷେତ୍ରରେ ନିଯୁକ୍ତି ଓ ନିଜେ ମଧ୍ୟ ତାଲିମ ନେବାପରେ ବ୍ୟାଙ୍କ ରୁ ଋଣ ନେଇ ବ୍ୟବସାୟ ବା ଶିଲ୍ପ ପ୍ରତିଷ୍ଠା କରି ପାରିବେ ବୋଲି ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଆଦି ଅଞ୍ଚଳରୁ ୧୨ ଟି ତାଲିମ ସେଣ୍ଟରର କର୍ମକର୍ତ୍ତା ମାନେ ଏଠାରେ ଯୋଗଦେଇ ପିଲା ମାନଙ୍କୁ ଚୟନ କରିବାରେ ସାହାର୍ଯ୍ୟ କରିଥିଲେ । ଏଥିରେ ପ୍ରାୟ ୨୩୦ ଜଣ ଯୁବତୀ ଯୁବକ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଓଡିଶା ଜିବିକା ମିଶନର ବ୍ଳକ ସଂଯୋଜକ ଲୋପାମୁଦ୍ରା ଜେନା, ଜ୍ୟୋସ୍ନାରାଣି ମିଶ୍ର, ଅଜୟ ପ୍ରଧାନ, ସୁଶିଲ ଏøଶ୍ୟରିୟା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଦୁଗଲ ସରପଞ୍ଚ ପ୍ରକାଶ ଖଟୋଇ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି