ଝଙ୍କଡ଼ ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ
ତିର୍ତ୍ତୋଲ---- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ ସହିତ ପରମ ପ୍ରେମ ମେୟ ଶ୍ରୀ ଶ୍ରୀ ଠାକୁର ଅନୂକୁଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ପ୍ରତୁଃଷରୁ ଉଷା କୀର୍ତ୍ତନ, ପ୍ରାର୍ଥନା, ପ୍ରଣାମ, ଗ୍ରନ୍ଥପାଠ, ସଂଗୀତାଞ୍ଜଳୀ, ରଥାରୂଢ଼ ପ୍ରତିକୃତ୍ତି ସହ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା, ନଗର କୀର୍ତ୍ତନ ଓ ମଧ୍ୟାହ୍ନରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସତସଙ୍ଗ କେନ୍ଦ୍ରର ସଭାପତି ସାରଦା ପ୍ରସନ୍ନ ଦାଶ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟବକ୍ତା ରିତିକ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଅମୀୟ ଭାବଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ପଣ୍ଡିତ ହୃଷିକେଶ ଆଚାର୍ଯ୍ୟ ଓ ସମ୍ମାନନୀତ ଅତିଥି ରିତିକ୍ କ୍ଷୀରୋଦ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ମହାପାତ୍ର, ତରଜଙ୍ଗା ସରପଞ୍ଚ ବସନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ । ରିତିକ ସତ୍ୟବାନ ତ୍ରିପାଠୀ, ପ୍ର. ଜ୍ଞାନଜ ସାମନ୍ତରାୟ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ସ୍ଥାନୀୟ ଅଞ୍ଚଳର ମା ଓ ଭାଇମାନେ ଉତ୍ସବ ସଂଯୋଜନାରେ ସକ୍ରିୟ ସହଯୋଗ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର