Breaking News

ମାଲବାହୀ ଟ୍ରେନ ଜରୁରୀକାଳୀନ ବ୍ରେକ ; ଯୁବତୀଙ୍କ ଜୀବନ ବଞ୍ଚାଇଲା

ତିର୍ତ୍ତୋଲ----- ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରେଳରାସ୍ତାର ଝଙ୍କଡ ଶାରଳାପିଏଚ ନିକଟରେ ଏକ ମାଲବାହୀ ଟ୍ରେନ କଟକ ଅଭିମୁଖେ ଯାଉଥିଲା ।  ଜନୈକା ଯୁବତୀ ରେଳ ଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାକୁ ଉଦ୍ଦ୍ୟମ କରିଥିଲେ । ଟ୍ରେନ ଚାଳକ କିଛି ଦୂରରୁ ଜଣେ ମହିଳା ରେଳ ଧାରଣା ଉପରେ ଶୋଇଥିବା ଜାଣିପାରି ଗାଡିକୁ ଅଟକାଇବାକୁ ଯାଇ ଜରୁରୀକାଳୀନ ବ୍ରେକ ମାରିଥିଲେ ।ା ଏଥିରେ ଗାଡିର ଇଞ୍ଜିନ ବନ୍ଦ ହୋଇଯାଇଥିଲା । ଫଳରେ ସେହି ରାସ୍ତାରେ ଟ୍ରେନ ଯାତାୟତରେ ମଧ୍ୟ ପ୍ରଭାବିତ ହୋଇଥିଲା । ମାତ୍ର ଯୁବତୀ ଜଣଙ୍କ ବଞ୍ଚିଯାଇଥିଲେ । ଏଥିସହିତ ଶାରଳାରୋଡରୁ ଶାରଳା ମନ୍ଦିରକୁ ସଂଯୋଗ କରୁଥିବା ସଡକ ରାସ୍ତାରେ ଝଙ୍କଡ ପିଏଚ ନିକଟ ଲେବଲକ୍ରସିଙ୍ଗ ଠାରେ ଉଭୟ ପଟରୁ ବହୁ ଯାନବାହନ ଅଟକି ରହିଥିଲା । ପ୍ରାୟ ଦେଢଘଣ୍ଟା ପରେ ଇଞ୍ଜିନ ସଜଡା ହେବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts