Breaking News

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହେଲା କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ


କୋଣାର୍କ----- ଉତ୍କଳୀୟ କଳା, ସଂସ୍କୃତି,ଭାସ୍କର୍ଯ୍ୟ ର ଜୀବନ୍ତ ଉଦାହରଣ କୋଣାର୍କ ସୂର୍ଯ୍ୟ ମନ୍ଦିର। ଯେଉଁ ସୂର୍ଯ୍ୟ ମନ୍ଦିର ର ପ୍ରତିଟି କାରୁକାର୍ଯ୍ୟ କଥା କୁହେ ତାହା ଏବେ ଭଗ୍ନ ସ୍ତୁପ ସଦୃଶ ଦଣ୍ଡାୟମାନ।ଯେଉଁ କଳା ସଂସ୍କୃତି କୁ ପୁନଃଜୀବିତ କରିବା ପାଇଁ ଦିନେ ପଦ୍ମଶ୍ରୀ ଗୁରୁ ଶ୍ରୀ ଗଙ୍ଗାଧର ପ୍ରଧାନ ଦିନେ ସ୍ବପ୍ନ ଦେଖିଥିଲେ ତାହା ଆଜି ବାସ୍ତବ ରେ ରୂପାନ୍ତରିତ ହୋଇଛି।ଆଜି ଥିଲା ଏହି ନୃତ୍ୟ ସଙ୍ଗୀତ ଦିବସ ର ୩୪ତମ ଜନ୍ମ ଜୟନ୍ତୀ।ଏହି ଅବସରରେ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଏକ ନୃତ୍ୟ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଯାହା ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ , ୩ ଦିନ ବ୍ୟାପି ଅନୁଷ୍ଠିତ ହେବ । ଆଜିର ଏହି ଉଦଘାଟନି ମହୋତ୍ସବରେ ନାଟ୍ୟ ମଣ୍ଡପ ର ସମ୍ଫାଦକ ଶିବାସୀଷ ପ୍ରଧାନ, ଯୁଗ୍ମ ସମ୍ଫାଦକ ଗୁରୁପଦ ବଳିୟାର ସିଂ, ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ସହ ଧର୍ମିଣୀ ସୁଲୋଚନା ପ୍ରଧାନ, ଶୋଭନୀୟ ଶିକ୍ଷାଶ୍ରମ ର ପ୍ରଧାନ ଆଚାର୍ଯ୍ୟ ରୁକ୍ମିଣୀ ଦେବୀ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ର ଶୁଭ ଉଦଘାଟନ କରିଥିଲେ।ପ୍ରଥମେ ଘଣ୍ଟ ମୃଦଙ୍ଗ ଶଙ୍ଖ ର ଧ୍ଵନି ରେ ଗୁଞ୍ଜରିତ ହୋଇଥିଲା ନାଟ୍ୟମଣ୍ଡପ। ପରେ ପରେ ଶିଵ ପଞ୍ଚାକ୍ଷରୀ ମନ୍ତ୍ର ର ଧୂନି ରେ ପ୍ରକମ୍ପିତ ହୋଇ ଉଠିଥିଲା ରଙ୍ଗମଞ୍ଚ ।ପରେ ପରେ ମଞ୍ଚସ୍ଥ ହୋଇଥିଲା ଗୁରୁ ଲିଙ୍ଗରାଜ ସ୍ୱାଇଁ ଙ୍କ ନିର୍ଦେଶନା ରେ ଶିଵ ପଞ୍ଚକ ।ଯାହା ନାଟ୍ୟ ମଣ୍ଡପ ପରିସରରେ ଭକ୍ତି ମୟ ପରିବେଶ ସୃଷ୍ଟି କରିଥିଲା। ପରେ ପରେ କଟକ ର ସୁର ମନ୍ଦିର ପକ୍ଷରୁ ଗୁରୁ ଜ୍ୟୋତ୍ସ୍ନା ରାଣୀ ସାହୁ ଙ୍କ ନିର୍ଦ୍ଦେଶନା ରେ ଶିଳ୍ପୀ ମାନେ ମଂଚସ୍ଥ କରିଥିଲେ ଓଡିଶୀ ନୃତ୍ୟ ।କୃଷ୍ଣ ବନ୍ଦନା ଓ ଶିଵ ତାଣ୍ଡବ ର ନୃତ୍ୟ  ର ତାଳ ରେ ଝୁମି ଉଠିଥିଲେ ଦର୍ଶକ। ଶେଷରେ ଭୁବନେଶ୍ୱର ର ଦୟାଲ ସଙ୍ଗୀତ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଯାହା ଦର୍ଶକ ଙ୍କୁ ଭାବ ବିହ୍ଵଳିତ କରିଥିଲା। 
କୋଣାର୍କ ରୁ ଅଜିତ କୁମାର ମଲିକ

Blog Archive

Popular Posts