Breaking News

ପ୍ରାଧ୍ୟାପକ ରବିନ୍ଦ୍ରନାଥ ବିଶ୍ୱାଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ତିର୍ତ୍ତୋଲ----- ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟ।।ଳୟ ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ରବିନ୍ଦ୍ର ନାଥ ବିଶ୍ୱାଳଙ୍କୂୁ ଅର୍ଥନୀତି ବିଭାଗ ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ ବିରଞ୍ଚି ନାରାୟଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଅଧ୍ୟକ୍ଷ କ୍ୟାପଟେନ ପ୍ର. ଜ୍ଞାନଜ କୁମାର ସାମନ୍ତରାୟ ଯୋଗଦେଇ ଶ୍ରୀ ବିଶ୍ୱାଳଙ୍କ ବୃତ୍ତିଗତ ଜୀବନର କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ସର୍ବୋପରି ଛାତ୍ର ବତ୍ସଳତା ସମ୍ପର୍କରେ ଆଲୋଚନା କରି ଜଣେ ଆଦର୍ଶ ପ୍ରାଧ୍ୟାପକ ଭାବେ ତାଙ୍କୁ ଅଭିହିତ କରିଥିଲେ । ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ କୃଷ୍ଣପ୍ରସାଦ ସାହୁ ତାଙ୍କ ବକ୍ତବ୍ୟରେ ଶ୍ରୀ ବିଶ୍ୱାଳଙ୍କୁ ଜଣେ ଦକ୍ଷ ଅଧ୍ୟାପକ ଓ ବନ୍ଧୁବତ୍ସଳ ବ୍ୟକ୍ତି ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଝରଣା ନାୟକ ଓ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରାଧ୍ୟାପକ କୁଳମଣି ରାଉତ ଓ ପ୍ରଫେସର ହିମାଂଶୁ ଶେଖର ଆଚାର୍ଯ୍ୟ ଯୋଗଦେଇ ଶ୍ରୀ ବିଶ୍ୱାଳଙ୍କ ବୃତ୍ତିଗତ ଜୀବନର୍ ସୁଗୁଣ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଅର୍ଥନୀତୀ ବିଭାଗର ୍‌ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସୁଜାତା ସ୍ୱାଇଁ, ଦିବ୍ୟସିନୀ ତରାଇ,ପଦ୍ମନାଭ ବେହେରା, ତ୍ରିଲୋଚନ ମଲ୍ଲ, ସଂବିତ କୁମାର ବେହେରା, ମୋନାଲି, ଜ୍ଞାନ ଓ ଦିପ୍ତିରଞ୍ଜନ ସେମାନଙ୍କ ବକ୍ତବ୍ୟରେ ରବି ସାରଙ୍କ ଭଳି ଛାତ୍ରଛାତ୍ରୀ ପ୍ରୀୟ ଅଧ୍ୟାପକ ସୁବଦିନ ପାଇଁ ମନେରହିବେ ବୋଲି କହିଥିଲେ । ଏଇ ଅବସରରେ ଶ୍ରୀ ବିଶ୍ୱାଳଙ୍କୁ ଉପଢୌକନ, ମାନପତ୍ର ଓ ବିଭିନ୍ନ ଉପହାର ଦିଆଯାଇ ବିଭାଗ ତରଫରୁ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ଇତିଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts