Breaking News

ମାଟ୍ରିକ ପରୀକ୍ଷା ରୁ ବଞ୍ଚିତ ଛାତ୍ର ; ରାମଚଣ୍ଡୀ ଥାନା ରେ ଅଭିଯୋଗ


ପୁରୀ---- ଆରମ୍ଭ ହୋଇଯାଇଛି ମ୍ୟାଟ୍ରିକ ପରୀକ୍ଷା। ପିଲା ର ଭବିଷ୍ୟତ ପାଇଁ ବାଟ ଖୋଲି ଥାଏ ମାଟ୍ରିକ ପରୀକ୍ଷା।ସେଥିପାଇଁ ପିଲା ମାନେ ବର୍ଷକ ଆଗରୁ ବହୁ ପରିଶ୍ରମ କରି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ହୋଇଥାନ୍ତି।କିନ୍ତୁ ଏମିତି ବି ବହୁତ ପିଲା ଅଛନ୍ତି ପୂର୍ବରୁ ପରୀକ୍ଷା ପାଇଁ ପ୍ରସ୍ତୁତି ଥିଲେ ମଧ୍ୟ କୋୖଣସି କାରଣ ବଶତଃ  ସାମାନ୍ୟ ଭୁଲ ପାଇଁ ପିଲା ପରୀକ୍ଷା ରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରେ ଠେଲି ହୋଇଯାଏ।ଏଭିଳି ଏକ ଘଟଣା ଦେଖିବାକୁ ମିଳିଛି ରାମଚଣ୍ଡୀ ଥାନା ଅନ୍ତର୍ଗତ ବାବା ବାଲି କପିଳେଶ୍ୱର ସ୍କୁଲ ର ଛାତ୍ର ସୌମ୍ୟ ରଞ୍ଜନ ଙ୍କ ପାଖରେ।ଯିଏକି ଫର୍ମ ଫିଲପ କରି ମଧ୍ୟ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ବୋଲି ରାମଚଣ୍ଡୀ ଥାନା ରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗୋପ ବ୍ଲକ ଅନ୍ତର୍ଗତ ଶ୍ରୀ ବାଲିକପିଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୧୨୯ ପିଲା ୧୦ମ ଶ୍ରେଣୀ ରେ ସ୍କୁଲରେ ଅଧ୍ୟୟନ କରୁଥିଲେ।  ୩ ଟି ପର୍ଯ୍ୟାୟରେ  ୧୧୮ପିଲା ଫର୍ମ ଫିଲପ କରିଥିଲେ।ଏଥିରେ ୧୧ ଜଣ ପିଲା ପରୀକ୍ଷା ପାଇଁ ଫର୍ମ ଫିଲପ କରିନଥିଲେ।ଯାହା ସ୍କୁଲ କତ୍ତୁପକ୍ଷ ସୂଚନା ଦେଇଛନ୍ତି।ଅଭିଯୋଗ ଅନୁସାରେ ଫର୍ମ ଫିଲପ କରିନଥିବା ୧୧ ଜଣ ଛାତ୍ର ମଧ୍ୟରୁ ଛାତ୍ର ସୌମ୍ୟ ରଞ୍ଜନ ବେହେରା ଅଛନ୍ତି।ମୁଁ ମାସକ ଆଗରୁ ଫର୍ମ ଫିଲପ କରିବା ପାଇଁ ସାର ଙ୍କୁ ଟଙ୍କା ଦେଇଥିଲି।ଗତ୧୫ ତାରିଖ ଦିନ ପରୀକ୍ଷା ନିମନ୍ତେ ସ୍କୁଲ କୁ ଆଡ଼ମିଟ କାର୍ଡ ଆଣିବାକୁ ଗଲା ବେଳକୁ ସ୍କୁଲ କତ୍ତୁପକ୍ଷ ତୁ ଫର୍ମ ଫିଲପ କରିନାହୁ ତୁ ପରୀକ୍ଷା ଦେଇ ପାରିବୁ ନାହିଁ ବୋଲି ମୋ ପୁଅ କୁ କହିଲେ ବୋଲି ସୌମ୍ୟରଂଜନ ଙ୍କ ପିତା କୁହନ୍ତି।ଏନେଇ ରାମଚଣ୍ଡୀ ଥାନା ରେ ସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ନା ରେ ଏତଲା ଦେଇଛନ୍ତି ବୋଲି ସେ କହିଛନ୍ତି ।ଏହାର ବିହିତ କାର୍ଯ୍ୟନୁଷ୍ଠାନ ନିଆ ଯାଇ ମତେ ନ୍ୟାୟ ଦିଆ ଯାଉ ବୋଲି ସୌମ୍ୟ ରଞ୍ଜନ ଙ୍କ ପିତା ପ୍ରକାଶ କରିଛନ୍ତି।ଏପଟେ ସମୁଦାୟ ସ୍କୁଲ ର ୧୨୯ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୧୮ ଜଣ ଫର୍ମ ଫିଲପ କରିଥିଲେ ୧୧ ଜଣ ଫର୍ମ ଫିଲପ କରିନଥିଲେ। ଯେଉଁ ପିଲା ମାନେ ଫର୍ମ ଫିଲପ କରିନଥିଲେ ତାଙ୍କ ଅଭିଭାବକ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଛି । ସଠିକ ସମୟ ରେ ସେମାନେ ପହଁଚି ନଥିଲେ। ତାଙ୍କ ଅଭିଭାବକ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭିର୍ତ୍ତିହୀନ ସ୍କୁଲ କତ୍ତୁପକ୍ଷ ଙ୍କ ପକ୍ଷରୁ କୋୖଣସି ଭୁଲ ଭଟକା କରାଯାଇନି ବୋଲି ଶିକ୍ଷକ ଓ ପ୍ରଧାନ ଶିକ୍ଷକ କୁହନ୍ତି।
ଏତଲା ପାଇବା ପରେ ରାମଚଣ୍ଡୀ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ପ୍ରକ୍ରୃତ ରେ ଛାତ୍ର ଫର୍ମ ଫିଲପ କରିଛି ନା ସ୍କୁଲ କତ୍ତୁପକ୍ଷ ଙ୍କ କିଛି ତ୍ରୁଟି ଯୋଗୁଁ ଛାତ୍ର ଆଡ଼ମିଟ କାର୍ଡ ନପାଇ ପରୀକ୍ଷା ରୁ ବଞ୍ଚିତ ହୋଇଛି ତଦନ୍ତ ପରେ କାର୍ଯ୍ୟ ନୁଷ୍ଠାନ ନିଆଯିବ ବୋଲି ରାମଚଣ୍ଡୀ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts