Breaking News

ଅବସର କାଳୀନ ସମ୍ବର୍ଦ୍ଦନା ସଭା


ଜଗତସିଂହପୁର---- ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଦ୍ଦୁଲ ୱାହାବ ଖାଁଙ୍କ ଅବସର କାଳୀନ ନେଇଛନ୍ତି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ  ବିଭାଗ କର୍ମଚାରୀଙ୍କ ମିଳିତରେ ସମ୍ବର୍ଦ୍ଦନା ସଭା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଜଗତସିଂହପୁର ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଣଜିତ ଚୌଧୁରୀ, ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ ମଦୁସୂଦନ ସାହୁ, ଚାଇନା ଆର୍ଟ ପ୍ରୋପାଇଟର ଧୁବଚରଣ ସାହୁ, ସମୀର କୁମାର ନାୟକ ଯୋଗଦେଇ ଶ୍ରୀ ଖାଁ ଜଣେ କର୍ତ୍ତବ୍ୟ ପରାୟଣ କର୍ମଚାରୀ ଥିଲେ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ମାନେ ଶ୍ରୀ ଖାଁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । 
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts