ରଘୁନାଥ ମହାବିଦ୍ୟାଳୟର +୩ ବ୍ୟାଚର ବନ୍ଧୁ ମିଳନ
ବେଗୁନିଆ--ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଦେଉଳୀସ୍ଥିତ ରଘୁନାଥ ମହାବିଦ୍ୟାଳୟର ୨୦୦୫ ମସିହାର +୩ ବ୍ୟାଚର ପୁରାତନ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ପ୍ରବୋଧ ଜେନାଙ୍କ ଅଧ୍ୟକ୍ଷତାରେ ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡାମାଣିତୀର ପଞ୍ଚାୟତ ଅନ୍ତର୍ଗତ ମା ରାମଚଣ୍ଡି ପୀଠରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ପରସ୍ପରକୁ ଗୋଲାପ ଫୁଲ ଉପହାର ପ୍ରଦାନ କରି ବିଗତ ଦିନର ସ୍ମୃତିକୁ ମନେ ପକାଇ ଭାବର ଆଦାନ କରିଥିଲେ । କାର୍ଯ୍ୟକ୍ରମକୁ ଛାତ୍ର ବିଭୂତି ଶ୍ରୀ ଚନ୍ଦନ ,ପ୍ରକାଶ ନାୟକ,ଛାତ୍ରୀ ରୀତା ସାହୁ ପ୍ରମୁଖ ପରଚାଳନା କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା