ନୁଆ ବାଗଲପୁର ଗ୍ରାମରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତର ନୂଆ ବାଗଲପୁର ଗ୍ରାମରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମକୁ ଆସିଷ ନିଷେଧ କରାଯିବା ସହ ସମସ୍ତଙ୍କ ଦୁଆର ମୁହଁ ଆଗରେ ପୂର୍ଣ୍ଣକୁମ୍ଭ ଘଟ ସ୍ଥାପନ ସହ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା । ଅନେକ ମହିଳା ମାନେ ହବିଷାନ୍ନ କରିଥିଲେ । ବାଗଲପୁରର ଗ୍ରାମର ବଡସାହି, ତଳସାହି ,ମାଠସାହ. ବନମାଳୀପୁର, ବାଲିପୋଖରୀ, ବଳପୁର, ପୁରୁଣା ବୁଢ଼ାକେରା, ବଡତୋଟା, ପଦ୍ମପୁର ଆଦି ସାହିିର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ବାବନ ନନ୍ଦ ପୂଜା ପାଠ କରିଥିଲେ । ଆର୍ତ୍ତାତ୍ରାଣ ମିଶ୍ର ତିନିଦିନ ଧରି ଭାଗବତ ପାଠ କରିଥିଲେ । କର୍ତ୍ତା ପୂର୍ଣ୍ଣ ଚନ୍ଦ୍ର ପରିଡା ରହିଥିଲେ । ବ୍ୟାସ ଭାବରେ ଶ୍ୟାମ ମହାପାତ୍ର ରହିଥିବା ବେଳେ ଗିରିଧାରୀ ଭୋଳ, କାହ୍ନୁ ଚରଣ ପରିଜା, ମୁରଲୀ ପ୍ରଧାନ, ରବିନ୍ଦ୍ର ପରିଡା ଆୟୋଜକ ଭାବେ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି