କନ୍ଧମାଳ ଜିଲ୍ଲା ବାଲିଗୁଡା ର ଜରୁରୀ କାଳୀଣ ଫୋନ ନମ୍ବର ଅଚଳ
କନ୍ଧମାଳ---- କନ୍ଧମାଳ ଜିଲ୍ଲା ବାଲିଗୁଡା ର ଜରୁରୀ କାଳୀଣ ଫୋନ ନମ୍ବର ଅଚଳ । ଆମ୍ବୁଲାନ୍ସ ଛାଡିଲେ ଅନ୍ୟ କୋଣସି ନମ୍ବର ଲାଗୁନାହିଁ ବୋଲି ଜଣାପଡିଛି। ୧୦୦ ନମ୍ବର ଫୋନ ରିଙ୍ଗ ହୋଉଛି କିନ୍ତୁ କୌଣସି ବ୍ୟକ୍ତି ଉଠାଉ ନାହାନ୍ତି । ୧୦୧ କୁ ଫୋନ କଲେ ଏହି ନମ୍ବର କାହାରିକୁ ଦିଆଯାଇନାହିଁ ବୋଲି କହୁଛି ।ଜରୁରୀ କାଳୀଣ ପରିସ୍ଥିତିରେ ନାହିଁ ନଥିବା ହଇରାଣ ହୋଉଛନ୍ତି ଲୋକମାନେ । ଏହାକୁ ନେଇ ବାଲିଗୁଡା ଜନସାଧାରଣ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା