Breaking News

ଗ୍ରାମୀଣ ମହିଳା ମାନଙ୍କୁ ଦକ୍ଷତା ବିକାଶ ନିମେନ୍ତ ଆଲେଚନା ଚକ୍ର

ସାକ୍ଷୀଗୋପାଳ ------ପୁରୀ- ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ଥିବା ଗାମ୍ୟ କୃଷି ବିକାଶ ପରିଷଦ କାର୍ଯ୍ୟାଳୟ ପରିସରରେ ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ଅନୁଷ୍ଠାନ ଓ ଅନ୍ୟ ବ୍ୟାଙ୍କର ସହଯୋଗରେ ଗ୍ରାମୀଣ ମହିଳା ମାନଙ୍କୁ ନେଇ ଏକ ଦକ୍ଷତା ବିକାଶ ପାଇଁ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଯୋଗ ଦେଇଥିବା ଅତିଥି ମାନେ ଗ୍ରାମଞ୍ଚଳରେ ରହିଯାଉଥିବା ମହିଳା ମାନେ କିପରି ସେମାନଙ୍କର ଅର୍ଥିକରେ ପରିବର୍ତ୍ତନ ଆସିବ ସେ ସମ୍ପର୍କରେ ବିସ୍ତୁତ ଆଲେଚନା କରିଥିଲେ । ଗ୍ରାମ୍ୟ କୃଷି ବିକାଶ ପରିଷଦର ସଭାପତି ଡ. ଭୁବନା ନନ୍ଦ ସ୍ୱାଇଁ ଅନୁଷ୍ଠିତ ଆଲେଚନାଚକ୍ରରେ ଅଧ୍ୟଧତା କରିଥିଲେ । ମୁଖ୍ୟ ଅତିଥି ଭାବେ  ସମାଜସେବୀ ଚକ୍ରଧର ମହାପାତ୍ର, ସମ୍ମାନୀତ ଅତିଥି ଭାବେ କଳ୍ପନା ପରିଡା ଆକାଶବାଣୀ ପୁରୀ, କାର୍ଯ୍ୟକ୍ରମର ନିସ୍ପାରିକା ଯୋଗଦେଇ ଆଜିର ଦିନରେ ମହିଳା ମାନେ ଆଗେଇ ଆସିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଗୋଲକ ବିହାରୀ ମହାପାତ୍ର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ପ୍ରଯୋଜକ, ସିତାମଣୀ ଦେବୀ ଘୋଷଷିକା, ପୁରୀ ଏଫ. ଏଲ. ସିର ମୁଖ୍ୟ ଭୁବନ ମୋହନ ବସ୍ତିଆ, ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ଅନୁଷ୍ଠାନର ପ୍ରତିଭା ସାହୁ
ନାବାଡାର ଏଜିଏମ ତାପସ ପ୍ରଧାନ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କୁ ନିଜ ଗୋଡରେ ଠିଆ ହେବା ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଦେଇଛନ୍ତି ବୋଲି କହିଥିଲେ । ଗ୍ରାମ୍ୟ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ  ପ୍ରତାପ କୁମାର ପାହାନ୍ତାସିଂହ ଅତିଥି ପରିଚୟ ପ୍ରଦାନ କରିବାସହ ସ୍ୱାଗତ ଭାଷଣ ଦେଇଥିଲେ ।  ଶେଷରେ ଗ୍ରାମ୍ୟ କୃଷି ବିକାଶ ପରିଷଦର କୋଷାଧ୍ୟକ୍ଷା ସଞ୍ଜୁକ୍ତା ପାହାନ୍ତାସିଂହ ଧନ୍ୟବାଦ ଦେଇଥିଲେ । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts