Breaking News

ରେଭେନସାର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଭ୍ରମଣ କାର୍ଯ୍ୟକ୍ରମ


ସାକ୍ଷୀଗେ।।ପାଳ---- ରେଭେନସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ୫୮ଜଣ ଛାତ୍ର ଛାତ୍ରୀ ଓ ୪ଜଣ ପ୍ରଫେସରଙ୍କ ତତ୍ତ୍ୱବଧାନରେ  ସତ୍ୟବାଦୀକୁ  ଶୈକ୍ଷିକ ଭ୍ରମଣରେ ଆସିଛନ୍ତି । ପ୍ରଫେସର ଡଃ. ବିକଳ ଚରଣ ଦାସ, ପ୍ରଫେସର ଶରତ କୁମାର ରାଉତ, ଅଶୋକ ଦାମସେନ ଓ ଗୀତାଞ୍ଜଳି ମହାନ୍ତି ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମେ ପଞ୍ଚସଖାଙ୍କ ସମାଧିପୀଠ, ବକୁଳବନ , ସତ୍ୟବାଦୀ ବନ ବିଦ୍ୟାଳୟ ସହିତ ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠାନ ପାଇଁ ଚିହ୍ନଟ କରାଯାଇଥିବା  ଜମି ବୁଲୁକି ପିଲା ମାନେ ଦେଖିଥିଲେ । ଶେଷରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ବୁଲିକି ଦେଖିଥଲେ । ଏହି ସ୍ୱଳ୍ପ ସମୟ ମଧ୍ୟରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାକ୍ତନ ଶିକ୍ଷକ ଅଶୋକ କୁମାର ପ୍ରଧାନ, ବନମାଳୀ ବେହେରା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶିକ୍ଷା ପ୍ରଶାଳୀ ଉପରେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବମ ପ୍ରଧାନ, ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ, ବସନ୍ତ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ମହାପାତ୍ର ସୁଚିତ୍ର ଖଟୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts