ମହିଳା ଶିଶୁ ବିକାଶ ପକ୍ଷରୁ ବ୍ଲକ ସ୍ତରୀୟ ଯୁଗ୍ମ କର୍ମଶାଳା
କୁଜଙ୍ଗ--- କୁଜଙ୍ଗ ବ୍ଲକ ସୂଚନା ଭବନ ପରିସରରେ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଯୁଗ୍ମ କର୍ମଶାଳା ସିଡିପିଓ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟୁତ୍ ବିଭାଗ, ଜିପିଏଲ୍ଏଫ୍, ବିଏଲ୍ଏଫ୍ ଏବଂ ବ୍ୟାଙ୍କ, ସ୍ୱୟଂ ସହାୟକ ଗୋଷ୍ଠି, ଅଙ୍ଗନବାଡି, ମିଶନ ଶକ୍ତି ଗୁଡିକୁ ନେଇ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗଦେଇ ମହିଳାମାନଙ୍କ ସ୍ୱବଲମ୍ବି କରିବା ପାଇଁ ରାଷ୍ଟ୍ରାୟତ ବ୍ୟାଙ୍କ୍ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପିସି ଜ୍ୟୋସ୍ନାରାଣୀ ମନ୍ତ୍ରୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପୁଷ୍ପଲତା ବେହେରା, ଅତିରିକ୍ତ ବିଡିଓ ସନ୍ତୋଷ କୁମାର ଶତପଥି, ସ୍ୱୟଂ ସହାୟକ ସଂଘର ସଭାନେତ୍ରୀ ମନୋରମା ମହାପାତ୍ର ଏବଂ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ମହିଳାମାନେ ସମାଜର ମୁଖ୍ୟ ସ୍ରୋତରେ କିଭଳି ସାମିଲ ହୋଇ ଅର୍ଥନୈତିକ ଅଭିବୃଦ୍ଧି ଘଟାଇ ପାରିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଏହି କର୍ମଶାଳା ମାଧ୍ୟମରେ ୧୦୫ଜଣ ଏସ୍ଏଚ୍ଜି ଗୃପ୍କୁ ଋଣ ବାବଦରେ ୧କୋଟି ୫୫ଲକ୍ଷ ଟଙ୍କାର ଚେକ୍ ଅତିଥିମାନେ ପ୍ରଦାନ କରିଥିଲେ । ମହିଳା ମାନଙ୍କୁ ମାସିକ ୧୦ହଜାର ଟଙ୍କା ରୋଜଗାର କରିବା ଲକ୍ଷ୍ୟ ନେଇ କୁକୁଡା ଚାଷ, ମତ୍ସ୍ୟ ଚାଷ, ଫୁଲ ଚାଷ, ଗୋପାଳନ, ବଢ଼ି, ପାପଡ, ଟେଲରିଂ ଇତ୍ୟାଦି ଉଦ୍ଦେଶ୍ୟରେ ଏହି ଋଣ ପ୍ରଦାନ କରାଯାଇଥିଲା ବୋଲି ସିଡିପିଓ ତନୁପ୍ରଭା ବେଉରା ପ୍ରକାଶ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର