Breaking News

ପ୍ରଥମ ଦିନରେ ୫୪ ଜଣ ପରୀକ୍ଷାର୍ଥି ଅନୁପସ୍ଥିତ

 ବରୀ--- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାର ଆରମ୍ଭ ହୋଇଛି । ଆରମ୍ଭ ରୁ ପ୍ରଥମ ଦିନରେ ୫୪ ଜଣ ପରୀକ୍ଷାର୍ଥି ଅନୁପସ୍ଥିତ ରହିଥିବା ବରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ବରୀ ମାଉଣ୍ଡସ୍ଥିତ କୃପାସିନ୍ଧୁ ବିଦ୍ୟା ଭବନକୁ ନୋଡାଲ କେନ୍ଦ୍ର ଭାବେଗ୍ରହଣ କରାଯାଇଥିଲାବେଳେ ଏହା ଅଧିନରେ ବରୀ ଓ ବଡଚଣା ବ୍ଲକର ୧୫ ଗୋଟି ପରୀକ୍ଷା କେନ୍ଦ୍ର ରହିଛି ।  ଏହି ପରୀକ୍ଷା କେନ୍ଦ୍ର ମାନଙ୍କରେ ମୋଟ୍ ୨୫୦୫ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେବାକୁ ସ୍ଥିର ହୋଇଥିଲାବେଳେ ବୁଧବାର ପରିକ୍ଷା ଆରମ୍ଭରୁ ମୋଟ ୫୪ ଜଣ ପରୀକ୍ଷାର୍ଥି ଅନୁପସ୍ଥିତ ରହିଥିବା  ସୂଚନା ମିଳିଛି । ଶାନ୍ତି ଶୃଙ୍ଖାଳାରେ ପ୍ରଥମ ପରୀକ୍ଷା ସମାପନ ହୋଇଥିବା ଶିକ୍ଷାଧିକାରୀ ଅଭୟ କୁମାର ବେହେରା କହିଛନ୍ତି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ -ରିପୋର୍ଟ 

Blog Archive

Popular Posts