Breaking News

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ଷମ ; ପୀଡିତାଙ୍କ ମା କଲେ ଅଭିଯୋଗ

 ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନାରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ବର୍ଷକ ମଧ୍ୟମରେ ତିନିତିନିଜଣ ଅଧିକାରୀ  ଙ୍କ ବଦଳି । ଏହାର ସୁବିଧା ଉଠାଉଛନ୍ତ ଚୋର, ଲୁଟେରା , ନିଶା ବେପାରୀ ଓ କାମୁକା ଯୁବକ ମାନେ । ସତ୍ୟବାଦୀ ଥାନାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ବାରମ୍ବାର ସେହି ଗ୍ରାମର ଜଣେ ବିବାହିତ ଯୁବକ ଦୁର୍ଷମ କରିଥିବା ସତ୍ୟବାଦୀ ଥାନାରେ ପୀଡିତାଙ୍କ ମା ଲିଖିତ ଅଭିଯୋଗ କରିଛନ୍ତି ।  ସୁଚନାଯୋଗ୍ୟ ଯେ ପୀଡିତା ଛାତ୍ରୀ ଜଣଙ୍କ ଦିବ୍ୟାଙ୍ଗ ଅଟନ୍ତି । ରାଜ୍ୟ ସରକାରଙ୍କ ଠାରୁ ମଧୁବାବୁ ପେନସନ ଯୋଜନାରେ ଅନ୍ତଭୁକ୍ତ ହୋଇଛନ୍ତି । ଦିବ୍ୟାଙ୍ଗ ହୋଇଥିବାର ସୁଯୋଗ ନେଇ ଯୁବକ ଜଣଙ୍କ ଛାତ୍ରୀଙ୍କୁ ଯୋର ଜବର ଦସ୍ତ ଦୁର୍ଷମ କରିଥିବା ଛାତ୍ରୀ ଜଣଙ୍କ ତାଙ୍କ ମାଙ୍କ ଆଗରେ କହିଥିଲେ । ଛାତ୍ରୀ ଜଣଙ୍କ ଝାଡା ବସିବା ପାଇଁ ଘରର ବାରିପଟକୁ ଯାଇଥିବା ସମୟରେ ଯୁବକ ଜଣଙ୍କ ତାଙ୍କୁ ପାଖରେ ଥିବା ଏକ ବାରିକୁ ଟେକି ନେଇ ପାଟିରେ  ଗାମୁଛା ଦେଇ ଦୁର୍ଷମ କରିବା ସହ ଏ କଥା କାହାକୁ କହିଲେ ବୋଉକୁ କହିଲେ ତତେ ଜୀବନରେ ମାରି ଦେବାର ଧମକ ଦେଇଥିଲେ । । ଛାତ୍ରୀ ଜଣଙ୍କ ଭୟରେ ଏ କଥା କାହାକୁ କିଛି କହିନଥିଲେ । ମାତ୍ର ତା ପରଦିନ ସ୍ଳୁଲ ଛୁଟି ପରେ ଯୁବକ ଜଣଙ୍କ ପୁଣି ଦୁର୍ଷମ କରିବା ପାଇଁ ଡାକିବାରୁ ଛାତ୍ରୀ ଜଣଙ୍କ ଶେଷରେ ନିଜର ମା ଆଗରେ ସବୁକଥା କହିଥିଲେ  । ଉକ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ନ୍ୟାୟ ପାଇଁ ଥାନାରେ ନିବେଦନ କରିଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts