ପ୍ରଥମ ଦିନରେ ୧୪ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଲେ ନାହିଁ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକରେ ୬ଟି ମାଟ୍ରିକ ପରୀକ୍ଷା ସେଣ୍ଟର କରାଯାଇଛି । ୧୩୭୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ପ୍ରଶ୍ନପତ୍ର ଆସିଥିଲା । ମାତ୍ର ସେମାନଙ୍କ ମଧ୍ୟରୁ କେତେକ କାରଣ ନେଇ ୧୪ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ମାଟିକ୍ର ପରୀକ୍ଷା ଦେଇନଥିବା ନୋଡାଲ ସେଣ୍ଟର ଦାୟତ୍ୱରେ ଥିବା ଶିକ୍ଷକ ସତ୍ୟବାଦୀ ଦାଶଙ୍କ ଠାରୁ ସୁଚନା ମିଳିଛି । ବୀରଗୋବିନ୍ଦପୁର ହାଇସ୍ଲୁଲରେ ୧୪୯ ଜଶ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ଥିବା ବେଳେ ଜଣେ ପୁଅ ୨ ଜଣ ଝିଅ ଅନୁପସ୍ଥିତ ଥିଲେ । ସରକାରୀ ବାଳିକା ହାଇସ୍କୁଲରେ ୨୫୦ ଜଣଙ୍କ ମଧ୍ୟରୁ ୩ଜଣ ପୁଅ ଅନୁପସ୍ଥିତ ରହିଛନ୍ତି । ଜାଗେଶ୍ୱରୀ ବିଦ୍ୟାପୀଠ ଅଳଗୁମ ଠାରେ ୨୯୭ ଜଣଙ୍କ ମଧ୍ୟରୁ ଜଣେ ପୁଅ ଜଣେ ଝିଅ ପରୀକ୍ଷା ଦେଇନାହାନ୍ତି । ଜୟଦୁର୍ଗା ହାଇସ୍କୁଲରେ ୨୦୫ ଜଣଙ୍କ ମଧ୍ୟରୁ ଜଣେ ଝିଅ ପରୀକ୍ଷା ଦେଇ ନାହାନ୍ତି ।ରାୟଚକ୍ରଧରପୁର ହାଇସ୍କୁଲରେ ଦୁଇ ଜଣ ପୁଅ ଓ ଦୁଇଜଣ ଝିଅ ପରୀକ୍ଷା ଦେଇ ନାହାନ୍ତି , ସେହିପରି ସତ୍ୟବାଦୀ ହାଇସ୍କୁଲ ବା ନୋଡାଲ ସେଣ୍ଟରରେ ୨ଜଣ ପୁଅ ୨ ଜଣ ଝିଅ ଅନୁପସ୍ଥିତ ରହିଥିବା ବିଦ୍ୟାଳୟର ପରୀକ୍ଷା ପରିଚାଳକ ବିଜୟ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ନୋଡାଲ ସେଣ୍ଟରର ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଓ ମନ ରଞ୍ଜନ ନାଥ ପ୍ରଶ୍ନପତ୍ର ପହଞ୍ଚାଇବା ଓ ପରେ ପରେ ଉତ୍ତରଖାତା ସଂଗ୍ରହ କରି ନେଡାଲ ସେଣ୍ଟରକୁ ଆରିବା ଦାୟତ୍ୱରେ ନିଯୁକ୍ତି ପାଇଛନ୍ତି । ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ସିଲ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି