ଘର କବାଟ ଭାଙ୍ଗି ଲୁଟିଲେ ଚୋର ; ପୋଲିସକୁ ଚାଲେଞ୍ଜ ଦେଲେ ଚୋର
ସାକ୍ଷୀଗୋପାଳ ------ସତ୍ୟବାଦୀ ଥାନା ଅଞ୍ଚଳରେ କିଛି ଦିନ ପରେ ଏବେ ପୁଣି ମାତିଲେ ଚୋର । ପୋଲିସକୁ ଖୋଲା ଖୋଲି କରିଛନ୍ତି ଚାଲେଞ୍ଜ । ରାତିରେ ସମସ୍ତେ ଶୋଇ ପଡିବା ପରେ ଏମାନେ ଦିନରେ ଚିହ୍ନଟ କରିଥିବା ଘର ଉପରେ କରିଥାନ୍ତି ଅପରେସନ । ଶନିବାର ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ କାଞ୍ଜିଆ ଗ୍ରାମରେ ଚୋର ମାନେ ପ୍ରଥମେ ମହେଶ୍ୱର ପ୍ରଧାନଙ୍କ ବାରିପଟ ଘରର ଦ୍ୱାର ଭାଙ୍ଗିଥିଲେ । ସେ ଶଦ୍ଧଶୁଣି ଉଠି ପଡିଥିଲେ । ଚୋର ମାନେ ଅନ୍ଦାରର ସୁଯୋଗ ନେଇ ପଳାଇଥିଲେ । କିଛି ସମୟ ପରେ ସେମାନେ ଗ୍ରାମ ମୁଣ୍ଡରେ ଥିବା ମହନ୍ତ ପରିଡାଙ୍କ ଘରର ବାରିପଟ କବାଟ ଭାଙ୍ଗି ତାଙ୍କ ଘରେ ପଶିଥିଲେ । ଝିଅ ଜ୍ୱାଇଁ ଶୋଇଥିବା ଘରର ଦୁଆର ଭାଙ୍ଗି ସେମାନଙ୍କ ଘର ପଶିଥିଲେ । ଘରେ ଶୋଇଥିବା ଜ୍ୱାଇଁ ପ୍ରଦୀପ୍ତ ଚମ୍ପତିରାୟଙ୍କଏକ ହ୍ୟାଣ୍ଡବ୍ୟାଗରୁ ୮ ହଜାର ଟଙ୍କା ଓ ତାଙ୍କ ସ୍ତୀ ଙ୍କ ଭ୍ୟାନିଟବ୍ୟାଗରୁ ୨ ହଜାର ଟଙ୍କା ଚୋର ମାନେ ନେବା ସହ ବ୍ୟାଙ୍କର ଏଟିଏମ, ଚେକବୁକ ନେଇ ଯାଇଥିବା ଜଣାପଡିଛି । ଘରର ଜିନିଷ ପତ୍ର ଚୋର ମାନେ ବାହାରକୁ ଆଣି କିଛି ପାଇବା ଆଶାରେ ଖୋଜାଖୋଜି କରିଥିଲେ । କିଛି ନ ପାଇବାରୁ ପିଙ୍ଗି ଦେଇ ପଳେଇ ଯାଇଛନ୍ତି । ଏ ସମ୍ପର୍କରେ ପ୍ରଦୀପ୍ତ ପରିଡା ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ଏକ କେସରୁଜ କରି ତଦନ୍ତ ଜାରି ରଖିଥିବା ଥାନା ସେକେଣ୍ଡ ଅଫସିର ରବୀନ୍ଦ୍ର କୁମାର ନନ୍ଦଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ