ନା ବାଳିକା ନିଖୋଜ ; ଥାନା ରେ ଅଭିଯୋଗ , ପୋଲିସ ପାଉନି ଟେର
ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ କୈଶଲ୍ୟାପୁର ଗ୍ରାମର ପ୍ରକାଶ ଭୋଇ ଙ୍କ ୧୪ ବର୍ଷର ଝିଅ ପୂଜା ଭୋଇ । କାଇରି ଗ୍ରାମର ଅର୍ଜୁନେଶ୍ଵର ହାଇସ୍କୁଲ ଦଶମ ଶ୍ରେଣୀରେ ପାଠ ପଢେ। ସବୁଦିନ ଭଳି ସେଦିନ ମଧ୍ୟ ପାଠ ପଢ଼ିବା ପାଇଁ ସ୍କୁଲ ଯାଇଥିଲା। ସ୍କୁଲରୁ ଆସିବା ଡେରି ହେବାରୁ ପରିବାର ଲୋକେ ସବୁଆଡେ ଖୋଜାଖୋଜି କରି ନପାଇବାରୁ କୈଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରିଥିଲେ । କୈଣସି ସୁଫଳ ମିଳୁନାହିଁ ବୋଲି ପିତା ପ୍ରକାଶ ଭୋଇ କୁହନ୍ତି।
ସେପଟେ ଜାତୀୟ ଦଳିତ ଆଦିବାସୀ ମାଇନଟି ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନାବାଳିକାକୁ ପୂଜା ଭୋଇର କିଛିବି ବି ହୁଏ ପୋଲିସ୍ ପ୍ରଶାସନ ଏଥିପ୍ରତି ଦାୟୀ ରହିବେ । ପଲ୍ଲୀ ରୁ ଦିଲ୍ଲୀ ପଯନ୍ତୂ ସଙ୍ଗଠନ ଯିବ ବୋଲି ଜାତୀୟ ଦଳିତ ଆଦିବାସୀ ମାଇନଟି ମହାସଂଘ ର ରାଜ୍ୟ ସଭାପତି ବିଜୟ ସେଠୀ କହିଛନ୍ତି। ନାରୀଙ୍କ ପ୍ରତି ସରକାର ବିଭିନ୍ନ ଯୋଜନା ବାହାର କରୁଛନ୍ତି ହେଲେ ତାହା ଆଜି ବିଫଳ ବୋବି ରାଜ୍ୟ ମହିଳା ମୋର୍ଚ୍ଚା ସଂମ୍ପାଦିକ ସୋନିଲତା ସେଠୀ କହିଛନ୍ତି।
ପିପିଲି ରୁ ବିଜୟ କୁମାର ମହାପାତ୍ର