Breaking News

ବଂଶୀଧର ସାରେ ଆଉ ନାହାନ୍ତି

ଓଡ଼ଗାଁ-----  ବଂଶୀଧର ସାରେ ଆଉ ନାହାନ୍ତି କହିଲେ ବି କେତକ ତାଙ୍କର ଶିଷ୍ୟ ବା ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଏ କଥାକୁ ବିଶ୍ୱାସ କରି ପାରିନଥିଲେ । ଦୌଡିଥିଲେ ତାଙ୍କ ବାସଭବନକୁ । ସତରେ କ’ଣ ସାରେ ଆଉ ନାହାନ୍ତି । ସମସ୍ତଙ୍କ ଆଖିରୁ ବୋହି ପଡୁଥିଲା ଅଶ୍ରୁଳ ଧାର । ଶିକ୍ଷକତାକୁ ବ୍ରତ ଭାବରେ ଆଦରି ନେଇଥିବା ବଂଶୀଧର ସାରେ ଏକା ଧାରାରେ ଜଣେ ସତ୍ୟ, ଧର୍ମନିଷ୍ଠ, କର୍ତବ୍ୟ ପରାୟଣ, ସମାୟାନୁବର୍ତି, ଛାତ୍ର ବତ୍ସଳ, ପରୋପକାରୀ ବ୍ୟକ୍ତିତ୍ୱ ଥିଲେ । ସେଥିଲେ ମଧ୍ୟ ଲେଖକ, ଚିତ୍ରକର, ଖେଳାଳି ଏବଂ ଖେଳପ୍ରତି ରୁଚି ରହିଥିବା ଜଣେ ଅମ୍ଳାନ ପ୍ରତିଭା । ତାଙ୍କର ସେହି  ଲୋକ ସଙ୍ଗିତର ଏବେବି ସତ ଗୁଂଜରଣ ଓ ସିହରଣ ସୃଷ୍ଟି କରେ ଶ୍ରୋତାଙ୍କ ଶରୀରରେ । ନୟାଗଡ଼ର ଲେକାନୃତ୍ୟ ଦଣ୍ଡ ଏବଂ ପାଲା, ଦାଶକାଠୀଆ, ସଙ୍କିର୍ତନ ଗାୟକ ମାନେ ବଂଶୀଧରଙ୍କ ଲିଖିତ ପୈାରାଣିକ କବିତା, ଭଜନ, ଜଣାଣ ଉପମା ଅଳଙ୍କାର ପଦେ ନବୋଲିଲେ ଅଧୁରା ରହିଯାଏ ତାଙ୍କ ମନ ।  ନିଜେ ଏକାଙ୍କିକା ନାଟକ ରଚନା କରି ନିଜେ ନିର୍ଦ୍ଦେଶନା ଦେଇ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ଚେତନା ଧର୍ମି ନାଟକ ପାଇଁ ସେ ବହୁ ପ୍ରସଂଶା ପାଇଛନ୍ତି । ତାଙ୍କର ବିଭିନ୍ନ କୃତିପାଇଁ  କାଳାହଣ୍ଡିର ରାମପୁରୁ ଠାରେ ତାଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ୧୯୪୦ ମସିହାରେ ଜନ୍ମ ହୋଇଥିବା ବଂଶୀଧର ପ୍ରଥମିକ ଓ ମାଧ୍ୟମିକ ଶିକ୍ଷା ହାସଲ କରିବା ପରେ ନୟାଗଡ଼ ଜିଲ୍ଲା ଇଟାମାଟି ନିକଟସ୍ଥ ଗୋପାଳପୁର ସ୍କୁଲରୁ ଶିକ୍ଷକତା କରିଥିଲେ । ପରବର୍ତି ସମୟରେ ନୂଆଗାଁ ବ୍ଲକର ମହିପୁରୁ, ବାହାଡ଼ାଝୋଲା ଏବଂ ପରିଶେଷରେ ଓଡ଼ଗାଁ ବ୍ଲକର ସରକାରୀ ମଧ୍ୟଇଂରାଜି ବିଦ୍ୟାଳୟରେ ୧୭ବର୍ଷ ଶିକ୍ଷାଦାନ କରି ୧୯୯୮ ମସିହାରେ ଅବସର ଗ୍ରହଣ କରିଥିଲେ । ଆଜି ସେଆଉ ଆମ ନିକଟରେ ନାହଁନ୍ତି । କିନ୍ତୁ ଅମର ହୋଇ ରହି ଯାଇଛି ତାଙ୍କର ସେହି କୃତିତ୍ୱ । ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ତାଙ୍କ ଆତ୍ମାର ସଦଗତି କାମନା କରି ପ୍ରଭୁ ଜଗନ୍ନାଥ ଓ ସାକ୍ଷୀଗୋପିନାଥଙ୍କ ପାଖରେ ପ୍ରାର୍ଥନା କରୁଛି ।
 ନୟାଗଡରୁ ସୁଦୀପ୍ତ କୁମାର ଦଳେଇ 

Blog Archive

Popular Posts