ଡେଲାଙ୍ଗରେ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ଗୁଡୁପାଇଲୋ ଗ୍ରାମ ପଡିଆରେ ଗୁଡୁପାଇଲୋ କ୍ରିକେଟ କ୍ଳବ ପକ୍ଷରୁ ୨ୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ୮ ଟି ଦଳ ଭାଗ ନେଇଛନ୍ତି । ଗୁଆଳିପଡା ଗ୍ରାମ ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରିକେଟ ମ୍ୟାଚକୁ ଉଦଘାଟନ କରିଥିଲେ । ପ୍ରଥମ ମ୍ୟାଚଗତେଶ୍ୱର ବ୍ଳାଷ୍ଟରସ ( ପ୍ରଭାତକ୍ଳବ) ଓ ମହାବୀର ଓରିୟସ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମହାବୀର କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୯ ଉଇକେଟ ହରାଇ ୬୨ ରନ କରିଥିଲେ । ଜବାବରେ ଗତେଶ୍ୱର କ୍ରିକେଟ ଦଳ ୪ ଓଭର ୩ ବଲରେ କୌଣସି ଉଇକେଟ ନ ହରାଇ ୬୩ ରନ କରି ବିଜୟୀ ହୋଇଥିଲା । ସେହିପରି ଅନ୍ୟ ଏକ ମ୍ୟାଚ ଭିଲେଜ ଓରିୟସ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୯ ଉଇକେଟ ହରାଇ ୧୦୯ ରନ କରିଥିଲେ । ଜବାବରେ ମଙ୍ଗଳ ସ୍ଳେୟାରସ କ୍ରିକେଟ ଦଳ ୧୨ ଓଭରରେ ୭ ଉଇକେଟ ହରାଇ ୧୦୨ ରନ କରିଥିଲେ । ଗତେଶ୍ୱର ବ୍ଳାଷ୍ଟରସ ( ପ୍ରଭାତକ୍ଳବ) ଓ ଭିଲେଜ ଓରିୟସ କ୍ରିକେଟ ଦଳ ବିଜୟି ହୋଇଛନ୍ତି । ପ୍ରଦୀପ କୁମାର ସେଠୀ ଓ ଛାଟୋଇ ମୋତିଲାଲ ରାଏ , ବିରେନ୍ଦ୍ର କୁଅଁର ଓ ରଶ୍ମିରଞ୍ଜନ ବେହେରା ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି