Breaking News

ବ୍ରହ୍ମପୁର ପରେ ଏବେ ପାଳି ଅତାବିରା ବ୍ଲକର ଲାଦେରପାଲି ଅଞ୍ଚଳରେ


ବରଗଡ଼-----    ସାବଧାନ,ଲାଦେରପାଲି ଆସୁନାହାନ୍ତି ତ, ଯଦି ଆସୁଛନ୍ତି ବିଦ୍ୟୁତ ନଥିବା ବେଳେ ଆସନ୍ତୁ ।କାରଣ ରାସ୍ତା ଓ ବିଦ୍ୟାଳୟ ଉପରେ ଉଚ୍ଚ ସମ୍ପନ୍ନ ତାର ଓହଳିଛି । ସତେ ଯେପରି ଜିବନ ନେବ ଅପେକ୍ଷା ରେ ଅଛି ବିଦ୍ୟୁତ ତାର ।
ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୯ କୁ ଯିବା ରାସ୍ତା ତଥା ଲାଦେର ପାଲି ଛକରୁ ଅରବିନ୍ଦ ସ୍କୁଲ ଦେଇ ଯିବା ରାସ୍ତା ଏବେ ଜୀବନ ନେବା ଅବସ୍ଥାରେ ରହିଛି । ମୁଣ୍ଡ ଉପରେ ୧୧କେଭି ମେନ ଲାଇନ ତାର । ସ୍କୁଲ ଭିତରେ ଥିବା ୧୧କେଭି ଖୁଣ୍ଟ ବିପଦକୁ ଆମନ୍ତ୍ରଣ କରିଛି ।  ବିପଦ ଘେରରେ ପିଲାମାନେ ରହିଛନ୍ତି।ଏନେଇ ବିଦ୍ୟୁତ ବିଭାଗୀୟ ଏସ୍ ଡି ଓ ବିଜୟ ବେହେରାଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରୁ ନଥିବାରୁ ଅଞ୍ଚଳରେ ଅସନ୍ତୋଷର ପରିବେଶ ସୃଷ୍ଟି ହେଉଛି।ବେଳେ ବେଳେ ମୁଣ୍ଡ ଉପରେ ସ୍ପାର୍କ ହେଇ ନିଆଁ ପଡୁଛି । ଏହି ରାସ୍ତାରେ ଯିବାଆସିବା ଲୋକ ତଥା କୋମଳ ମତି ଛାତ୍ରଛାତ୍ରୀ ମାନେ ସୁରକ୍ଷିତ ମଣୁ ନାହାନ୍ତି।ଯଦ୍ୱାରା ଏପ୍ରିଲ ୨୦୧୮ରେ ଗ୍ରାମୀଣ ବିଦ୍ୟୁତି କରଣ ନିଗମ ଭାରତ ସରକାରଙ୍କ ମୁଖ୍ୟ ପରିଯୋଜନା ପ୍ରବନ୍ଧକ ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ମୁଖ୍ୟ ଅତିଥିଭାବେ ଅରବିନ୍ଦ ସ୍କୁଲକୁ ନିମନ୍ତ୍ରିତ କରାଯାଇ ଏହି ସମସ୍ୟା ଉପରେ ସ୍କୁଲ କମିଟି,ଗ୍ରାମାଞ୍ଚଳର ବୁଦ୍ଧିଜୀବୀ,ସ୍ଥାନୀୟ ୱାର୍ଡ ନଂ୯ ର କାଉନସିଲରଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା ହୋଇଥିଲା । ଅତିଶୀଘ୍ର ସ୍କୁଲ ପରିସରରେ ରହିଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ତାଙ୍କର ଅଭିଭାଷଣରେ କହି ପ୍ରତିଶୃତି ଦେଇଥିଲେ। ହେଲେ ପ୍ରତିଶୃତିକୁ ୨ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଛାତ୍ରଛାତ୍ରୀ ବିପଦ ଘେରରେ ରହିଛନ୍ତି।  ସ୍କୁଲ ନିକଟ ତଥା ପଡ଼ିଆ ପାଖରେ ମୁକୁଳା ସାଜିଛି ଏକ ୫୦୦ କେଭିର ଟ୍ରାନ୍ସଫର୍ମର। ବାରମ୍ବାର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଗୋଚରରେ ରହିଥିଲେ ମଧ୍ୟ ଦୀର୍ଘ ଦିନରୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବାର ଜଣାପଡେ।ତେବେ ଦେଖଯାଉ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ନା ଲୋକମାନେ ମରିବା ପରେ ସରକାର ଓ ଜିଲ୍ଳା ପ୍ରଶାସନର ନିଦ ଭାଙ୍ଗିବ ଦେଖିବାକୁ ବାକି ରହିଲା ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive