ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ରାତି ୧୦.୩୦ରେ ଉଠିଲା ମହାଦ୍ୱୀପ
ସାକ୍ଷୀଗୋପାଳ----- ମହାଶିବ ରାତି ପାଇଁ ଶୈବପୀଠ ଗୁଡିକରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଥିଲା । ସତ୍ୟବାଦୀ ବ୍ଳକର ପ୍ରସିଦ୍ଧ ବରାଳ ବାଲୁଙ୍କେଶ୍ୱର ପୀଠରେ ରାତି ୧୦.୩୦ରେ ମହାଦ୍ୱୀପ ଉଠିଥିଲା । ବିଭିନ୍ନ ଶୈବ ପୀଠ ଗୂୁଡିକରେ ସକାଳୁ ସକାଳୁ ପଣ୍ଡିତ ମାନଙ୍କ ଦ୍ୱାରା ରୁଦ୍ରାଭିଷେକ ପାଠ ଓ ଶିବ ପଞ୍ଚାକ୍ଷର, ଶିବ ମହିମା ସ୍ରୋତ ଗାନରେ ଶୀବ ପୀଠ ଗୁଡିକ ଆଧାତ୍ମିକ ପରିବେଷସୃଷ୍ଟି ହୋଇଥିଲା । ଜାଗରଯାତ୍ରା ଅବସରରେ ଶିବପୀଠ ଗୁଡିକ ଫୁଲ ଓ ରଙ୍ଗ ବେରଙ୍ଗ ଆଲୋକ ମାଳରେ ମନ୍ଦିରକୁ ସଜ୍ଜିତ କରାଯାଇଛି । ଏଥିପାଇଁ ମନ୍ଦିର ସେବାୟତ, ଗ୍ରାମବାସୀ ଓ ଟ୍ରଷ୍ଟର୍ବୋଡ ମାନଙ୍କର ମିଳିତ ବୈଠକ କରାଯାଇ ପର୍ବକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାରର ଆୟୋଜନ କରାଯାଇଛି । ବିଭିନ୍ନ ପୀଠ ଗୁଡିକରେ ବିଶ୍ୱଶାନ୍ତି ମହାଯଜ୍ଞ, ରୁଦ୍ରାଭିଷେକ,ଅଷ୍ଟପ୍ରହର ନାମଯଜ୍ଞ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପୁରୀ ଜିଲାର ପ୍ରସିଦ୍ଦ ଶୈବପୀଠ ଯୋଡାଲିଙ୍ଗ ଓ ସତ୍ୟବାଦୀର ବରାଳ ବାଲୁଙ୍କେଶ୍ୱରଙ୍କ ପୀଠ ନିକଟରେ ଶହସ୍ରାଧିକଙ୍କ ଶ୍ରଦ୍ଧାଳୁଙ୍କ ସମାବେଶ ହେବାକୁ ଲକ୍ଷ୍ୟ କରି ମନ୍ଦିର ପ୍ରଶାସକ ଭୋର ୩ଟାରୁ ଦ୍ୱାର ଉନେˆାଚନ, ମଙ୍ଗଳ ଆଳିତି, ଅବକାଶ, ସୁନା ବେଶ ଆଦି ନୀତିକାନ୍ତି କରାଯିବା ପରେ ଭକ୍ତ ମାନଙ୍କ ପାଇଁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇଥିଲା । ମନ୍ଦିର ପାଖରେ ଭୋଗ , ଦ୍ୱୀପ ଓଫୁଲ ଦେକାନ ସହିତ ବିଭିନ୍ନ ଜଳଖିଆ ଓ ମନୋହରୀ ଦେକାନ ଗୁଡିକ ଖୋଲିଥିଲା । ସାଣ୍ଡରା ନୀଳକଣ୍ଠେଶ୍ୱର, ଷୋଳହଳ ଲୋକନାଥ, ବଳପୁର ବାଲୁଙ୍କେଶ୍ୱର, ସୁଆଣ୍ଡୋ ଲୋକେଶ୍ୱର, ବିଦ୍ୟାଧରପୁର ଶ୍ରୀକୁଣ୍ଡେଳେଶ୍ୱର, ପାରକେଣା ଗ୍ରାମର ବାଲିକପିଲେଶ୍ୱର, ସାକ୍ଷୀଗୋପାଳ ବଜାରର ରତ୍ନେଶ୍ୱର, ଖଜୁରେଶ୍ୱର, ବନ୍ତେଶ୍ୱର, କୋଶଳେଶ୍ୱର, ଇଷାଣେଶ୍ୱର, ମୁଅଁଖିଆ, ଲକ୍ଷେଶ୍ୱର, ବୀରରାମଚନ୍ଦ୍ରପୁର ଧବଲେଶ୍ୱର ଓ ଲକ୍ଷେଶ୍ୱର, ବାଲିସାହିର ଖରାଖିଆ ମହାଦେବ, ଅଳଗୁମର ଗତିଶ୍ୱର, ବଣିଆସାହିର ବାଲୁଙ୍କେଶ୍ୱର ସେବକସାହିର ଅନନ୍ତେଶ୍ୱର, ଭୁତୁପଡା ବାଲୁଙ୍କେଶ୍ୱର , ଇନ୍ଦିପୁରର କୁମାରେଶ୍ୱର, ଓଲବେଦରପଡାର ଇନ୍ଦ୍ରେଶ୍ୱର, ପଟ୍ଟନାୟିକିଆ ର ମାଳ ବାଲୁଙ୍କେଶ୍ୱର ଆଦି ଦେବଙ୍କ ପୀଠ ଗୁଡିକରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି । ମାନସିକଧାରୀ ମାନେ ଚୁଡାଘଷା ପ୍ରସ୍ତୁତ କରି ଠାକୁରଙ୍କୁ ଅର୍ପଣ କରିଥିଲେ । ବିଶେଷ କରି ସଂଧ୍ୟା ପରଠାରୁ ଶ୍ରଦ୍ଧାଳୁ ଓ ମାନସିକ ଧାରି ମାନେ ପୀଠ ଗୁଡିକରେ ଉଜାଗର ରହି ଦ୍ୱୀପ ଜାଳିଥିବାର ଦେଖାଯାଇଥିଲା । ସତ୍ୟବାଦୀ ବ୍ଳକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ରାତି ୧୦ଟା ୩୦ରେ ହରିହର ଭେଟ ହେବାପରେ ବଡସିଂହାର ପରେ ମନ୍ଦିରଚୁଡାକୁ ୍ର ମହାଦ୍ୱିପ ଉଠିଥିଲା । ବ୍ଳକ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍କଳା ରକ୍ଷା କରିବା ନିମନ୍ତେ ବ୍ୟାପକ ପୋଲିସ ମୃତୁୟନ କରାଯାଇଥିଲା । ବରାଳ ଗ୍ରାମର ଶ୍ୱେତପୁସ୍ପା କ୍ଳବ ପକ୍ଷରୁ ‘ସୁଖ ସାତପର ଲୁହ ପଡୋଶୀ ‘ ସାମାଜିକ ନାଟକ ପରିବେଷଣ ସହିତ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଛି । ବିଭିନ୍ନ ଶୈବପୀଠ ଗୁଡିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି