Breaking News

ସ୍ୱାଧୀତନାର ୭୩ ବର୍ଷ ପରେ ବି ଗ୍ରାମକୁ ରାସ୍ତା ନାହିଁ; ପିପିଲି ବ୍ଳକରେ ଆମ ସରକାର ଯୋଜନା ବାଟବଣା


ପିପିଲି--- ପୁରୀ ଜିଲ୍ଲାର ପିପିଲି ବ୍ଳକର ଏପରି ଏକ ଗ୍ରାମ ପଞ୍ଚାୟତ ରହିଛି ଯେଉଁଠିକି ଯିବାକୁ ରାସ୍ତା ନାହିଁ । ରାଜ୍ୟ ସରକାର ବିଭିନ୍ନ ଯୋଜନା  ଉପରେ ଯୋଜନା କରି ଚାଲିଛନ୍ତି । ମାତ୍ର ଏହି ଯୋଜନା କିପିର କାର୍ଯ୍ୟ ହେଉଛି ତାହା ଦେଖିବା ପାଇଁ କେହି ନାହାନ୍ତି । ଗୋଟିଏ ପକ୍ଷେ ରାଜ୍ୟ ସରକାର  ଗ୍ରାମ ପଞ୍ଚାୟତର ଉନ୍ନୟନ କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ପିପିଲି ବ୍ଳକରେ ଠିକ ତାର ଓଲଟା ଦେଖିବାକୁ ମିଳିଛି ।  ବ୍ଳକରେ ଏପରି ଏକ ରାସ୍ତା ରହିଛି ମାତ୍ର ସାମାନ୍ୟ ବର୍ଷା ହୋଇଗଲେ ଉକ୍ତ ରାସ୍ତାରେ ଯିବା ଆସିବା କରିବା ସମ୍ଭବପର ନୁହେଁ । ଯାହାକି ଦେଶ ସ୍ୱାଧୀନତାର ଏତେ ଦିନ ପରେ ମଧ୍ୟ ରାସ୍ତା ନାହିଁ ।  ଅନ୍ୟ ପକ୍ଷେ ରାଜ୍ୟ ସରକାର ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଉପରେଗୁରୁତ୍ୱ ଦେଇଥବା ବେଳେ ଉକ୍ତ ପଞ୍ଚାୟତଟି ସବୁଥିରୁ ବଞ୍ଚିତ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।  ସୁଚନାଯୋଗ୍ୟ ଯେ ସୁବଳୟାପାଟଣା  ଠାରୁ ସରସ୍ୱତୀପୁର  ପର୍ଯ୍ୟନ୍ତ ଏହି ଦୁଇ କିଲୋମିଟର ରାସ୍ତା ଏବେ ଶୋଚନୀୟ ହୋଇପଡିଛି ।  ବରଦାମାଳ, ସାନ ଗାଁ, ବାଲିପୋଖରୀ, ଘୁସୁରିଖାଲ, କୋଠସାହି  ଆଦି ଗଆମର ପ୍ରାୟ ୩ହଜାର ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର ଶୀଳ ।  ଏପରିକି ଗ୍ରାମବାସୀ ମାନେ ବାରମ୍ବାର ବ୍ଳକ ବିଡିଓଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବ୍ଳକରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରାଯାଇଛି ମାତ୍ର ଅଭିଯୋଗ ଜିଲ୍ଲାପାଳଙ୍କ ନାଲି ଫାଇଲି ତଳେ ଚାପି ହୋଇ ରହିଯାଉଛି ବୋଲି ଗ୍ରାମବାସୀ ମାନେ କହନ୍ତି ।  ଆଗାମୀ ଦିନରେ ଏହି ରାସ୍ତାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବା ସହ ଆନ୍ଦୋଳନର ରୂପ ନେବାକୁ ଯାଉଛି । ଯଦି ବିଧାୟକ,  ବ୍ଳକ ଓ ଜିଲ୍ଲା ପ୍ରଶାସନ ଏ ଦିଗପ୍ରତି ନଜର ନ ଦିଅନ୍ତି ଗ୍ରାମବାସୀ ମାନେ ରାସ୍ତା ଉପରକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।
 ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts