Breaking News

ବାରହା ଆକ୍ରମଣରେ ୩ ଗୁରୁତର ଆହତ

ବେଗୁନିଆ----ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ  ଗୁଡୁମ ଗ୍ରାମରେ ସୋମବାର ମଧ୍ୟାହ୍ନରେ ଅତର୍କିତ ଭାବରେ  ବାରହା ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି ।  ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ନାବାଳିକା ଜଣକ ଚିକିତ୍ସିତ ହୋଇ ଘରକୁ  ଫେରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ବାରହା  ଫଶଲ ନଷ୍ଟ କରୁଥିବା ବେଳେ ଲୋକମାନେ ଏ ନେଇ ବାରମ୍ବାର ବନ ବିଭାଗକୁ  ଅଭିଯୋଗ କରୁଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି ବୋଲି  ଅଭିଯୋଗ ହେଉଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାଇ ଗ୍ରାମର ଗୌରାଙ୍ଗ ବେହେରା (୪୪) ନିଜ ବାଡିକୁ କାମ କରିବାକୁ ଯାଇଥିବା ବେଳେ ବାରହା ଅତର୍କିତ ଭାବରେ ଆକ୍ରମଣ କରିଥିଲା । ପରେ ବିଚିତ୍ରା ନନ୍ଦ ମହାରଣା(୪୨)  ଓ ସ୍ୱପ୍ନେଶ୍ୱର ମହାରଣାଙ୍କ ଝିଅ  ଗୁନି(୪)ଙ୍କୁ ଆକ୍ରମଣ କରି ଗୁରୁତର ଭାବରେ ଆହତ କରିଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମିତ ପଠାଇଥିଲେ । ମାତ୍ର ଜଙ୍ଗଲ ବିଭାଗର ଜଣେ ମଧ୍ୟ କର୍ମଚାରୀଙ୍କର ଦେଖା ନଥିଲା । ଯାହାକି ଗ୍ରାମବାସୀ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts