Breaking News

୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା



କୋଣାର୍କ ----- କୋଣାର୍କ ନାଟ୍ୟମଣ୍ଡପରେ ଆୟୋଜିତ ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଭାଷା ଆନ୍ଦୋଳନର ପୁରୋଧା ତଥା ରାଜ୍ୟ ବିଜେପିର ଉପାଧ୍ୟକ୍ଷ ଶଙ୍କର ପରିଡା, ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଓ ସ୍ୱର୍ଗତ ଓଡିଶୀ ନୃତ୍ୟ ଗରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପାରମ୍ପରିକ ରୀତିନିତିରେ ଘଣ୍ଟମର୍ଦ୍ଦଳ ଓ ଶଙ୍ଖଧ୍ୱନି ପରେ ଆରମ୍ଭ ହୋଇଥିଲା ପଞ୍ଚଦେବ ସ୍ତୁତି । ଭୁବନେଶ୍ୱରର ଓଡିଶୀ କଣ୍ଠଶିଳ୍ପୀ ଡ. ବିଜୟ କୁମାର ଜେନା ଓଡିଶୀ ସଙ୍ଗୀତ ପରିବେଷଣ କରିଥିଲେ । ପରେ ପରେ ଭୁବନେଶ୍ୱରର ରୁଦ୍ରକ୍ଷ ଫାଉଣ୍ଡେସନର ନୃତ୍ୟଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ନିର୍ଦ୍ଧେଶନାରେ ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।
ରଘୁରାଜପୁର ଦଶଭୁଜା ଗୋଟିପୁଅ ଓଡିଶୀ ନୃତ୍ୟ ପରିସଦର ଶିଶୁ କଳାକାରମାନ ଚିତ୍ତାକର୍ଷକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରି ଉପସ୍ଥିତ କଳାପ୍ରେମୀ ଦର୍ଶକଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିଥିଲେ । ଦ୍ୱିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଓଡିଆରେ ବିଶ୍ୱଜିତ ବଳିଆରସିଂହ ଓ ଇଂରାଜୀରେ ସିନ୍ଧୁ ବ୍ରାଉନ ସଂଯୋଜନା କରିଥିଲେ । କୋଣାର୍କ ନାଟ୍ୟମଣ୍ଡପର ଉପଦେଷ୍ଠା ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସମ୍ପାଦକ ଶିବାଶିଷ ପ୍ରଧାନ, କାର୍ଯ୍ୟନିର୍ବାହୀ ସଭାପତି ଡ. ରମଣୀରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆ, ଯୁଗ୍ମସମ୍ପାଦକ ଗୁରୁପଦ ବଳିଆରସିଂହ, ଗୁରୁ ଜୟକୃଷ୍ଣ ନାୟକ, କୋଷାଧ୍ୟକ୍ଷ ସୁଦେଷ୍ନା ସାସମଲ, ସଞ୍ଜୀବନୀ ପ୍ରଧାନ, ସସ୍ମିତା ଖଣ୍ଡାୟତରାୟ, ଓ ଜଟାଧାରୀ ସ୍ୱାଇଁଙ୍କ ସମେତ ନାଟ୍ୟମଣ୍ଡପର ଅନ୍ତେବାସୀ କାଳାକାରମାନେ ଉତ୍ସବ ପରିଚାଳନା କରିଥିଲେ । ଏହି ଅବସରରେ ଉତ୍ସବର ଦ୍ୱିତୀୟ ଦିବସରେ ନାଟ୍ୟମଣ୍ଡପ ପରିସରରେ ୨୪ତମ କୋଣାର୍କ ସାହିତ୍ୟ ଉତ୍ସବ-୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ଲବ୍ଧପ୍ରତିଷ୍ଠିତ କବି, କବୟିତ୍ରୀ, ଲେଖକ ଓ ସାହୀତ୍ୟ ପ୍ରେମୀମାନେ ଯୋଗ ଦେଇ ‘ଓଡିଶୀ ନୃତ୍ୟ ଓ ଓଡିଆ ସାହିତ୍ୟ’ ଶୀର୍ଷକ ଆଲୋଚନା ଚକ୍ରରେ ଭାଗନେଇଥିଲେ । କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts