Breaking News

ରାସ୍ତାକାର୍ଯ୍ୟ ଅନୁଧ୍ୟାନ କଲେ ବିଭାଗୀୟ ସହକାରୀ ଯନ୍ତ୍ରୀ


 p mohapatra
jagatasinhpur
କୁଜଙ୍ଗ----ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ବଫାପୁର ଗ୍ରାମ ମଧ୍ୟଦେଇ ଯାଉଥିବା ଗଣ୍ଡକୁଳ-ହାଜିପୁର ଢଳାଇ ରାସ୍ତା କାର୍ଯ୍ୟ କେତେକ କାରଣକୁ ନେଇ ବନ୍ଦ ହୋଇଥିଲା । ଏବେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ସାଗରିକା ରାଉତ କାର୍ଯ୍ୟ ତଦାରଖ କରି ବ୍ଲକ ପ୍ରଶାସନ ନିକଟରେ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରାସ୍ତା ପାଇଁ ଦ୍ୱାଦଶ ଅର୍ଥ କମିଶନ ଅନୁଦାନରେ ୧୦ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ରାସ୍ତାର କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀ ସୁଜିତ ମହାପାତ୍ରଙ୍କ ନାମରେ ରହିଥିଲା । ଯନ୍ତ୍ରୀଙ୍କ ଅନ୍ୟତ୍ର ବଦଳି ହେବାପରେ କାର୍ଯ୍ୟ ବନ୍ଦ ହୋଇଥିଲା । ଏହିରାସ୍ତା କାର୍ଯ୍ୟପାଇଁ ପଞ୍ଚାୟତ ଦାୟିତ୍ୱରେ ରହିଥିବା ଯନ୍ତ୍ରୀଙ୍କ ତତ୍ୱାବଧାନରେ କରାଯିବାକୁ ବ୍ଲକ ପ୍ରଶାସନ ନିର୍ଦ୍ଦେଶ ଦେବାପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାକୁ ବିରୋଧକରି ବିଡିଓଙ୍କୁ ଅଭିଯୋଗ ମଧ୍ୟ ହୋଇଥିଲା । ଏହାର ଗୁରୁତ୍ୱ ଉପଲବ୍ଧି କରି ବିଡିଓ ରଞ୍ଜନ କୁମାର ପରିଡାଙ୍କ ନିର୍ଦ୍ଦେଶରେ ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହିବା ସହ କାର୍ଯ୍ୟ ତଦାରକ କରିଥିଲେ । ଏହିରାସ୍ତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ସ୍ଥାନୀୟ ଜନସାଧାରଙ୍କ ଦିର୍ଘଦିନର ଦାବୀ ପୁରଣ ହୋଇଛି ।
 ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts