Breaking News

ଶରଣକୁଳ ମହୋତ୍ସବର ଦ୍ଵିତୀୟ ଦିନରେ ଦୁଲୁକିଲା ମଞ୍ଚ


ନୟାଗଡ଼  ---- ଶରଣକୁଳରେ ପ୍ରଭୁ ଲଡୁବାବାଙ୍କ ମହୋତ୍ସବ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଭଣ୍ଡାର ମହୋତ୍ସବ । ଶୁକ୍ରବାର ଥିଲା ଦ୍ଵିତୀୟ ସନ୍ଧ୍ୟାରେ ଦୁଲୁକିଲା ସୁସଜ୍ଜିତ ମଞ୍ଚ। ରଙ୍ଗ ବେରଙ୍ଗର ଅଲୋକସଜ୍ଜା, ରଙ୍ଗୀନ ତୋରଣ,ଅପୂର୍ବ ଶବ୍ଦର ସମ୍ଭାରରେ ଅଭିଭୂତ ଦର୍ଶକ ଲୁଟିଥିଲେ ମହୋତ୍ସବର ନିଆରା ମଜ୍ଜା। ସୁନ୍ଦର ସାଜସଜ୍ଜା,ମନୋହରୀ ଦୋକାନ ସାଙ୍ଗକୁ ଖାଇବାର ଢଙ୍ଗ ଥିଲା ବେଶ ମନଲୋଭା।ଶୀତୁଆ ସନ୍ଧ୍ୟାରେ ଦର୍ଶକ ନେଇଥିଲେ ଭରପୁର ମଜ୍ଜା ।ସଙ୍ଗୀତ ଏବଂ ନୃତ୍ୟର କୁନି କୁନି ପାଦର ତାଳେ ତାଳେ ଝୁମିଥିଲେ ଦର୍ଶକ। ଆଜିର ସନ୍ଧ୍ୟାରେ ମଞ୍ଚ ଉଦଘାଟନ କରିଥିଲେ ଭଣ୍ଡାର ମହୋତ୍ସବର ସଭାପତି ତଥା ରଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ।ସମ୍ପାଦକ ରବିନାରାୟଣ ମହାପାତ୍ର,ରବିନାରାୟଣ ସାହୁ,ମିନାକ୍ଷୀ ପ୍ରସାଦ ସାହୁ,ବିକ୍ରମ କିଶୋର ଦାଶ୍,କୃଷ୍ଣ ଚନ୍ଦ୍ର ମହାରଣା,ଭାଗବତ ସେଠୀ, ଶରତ ଚନ୍ଦ୍ର ଘଡେଇ, ରବୀନ୍ଦ୍ର ଚୌଧୁରୀ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖଙ୍କ ଭୂମିକା ମହୋତ୍ସବକୁ ଅଗ୍ରସର କରିଥିଲା। ପ୍ରଥମେ ଚନ୍ଦ୍ରବିଜୟୀ ମିଶ୍ରଙ୍କ ଦ୍ୱାରା ପରିଚାଳିତ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପରେ ପରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରଞ୍ଜନ କୁମାର ଦାଶ୍,ପଞ୍ଚାନନ ପଣ୍ଡା,ପ୍ରଦୀପ କୁମାର ସାହୁ, ଦୁର୍ଗାକାନ୍ତ ଆଚାର୍ଯ୍ୟ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ।ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ଦର୍ଶକମାନଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇଥିଲା।

 S daeali
nayagarh 
 ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts