 |
Konark |
କୋଣାର୍କ --- ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ପୁରୀ ବେଳାମାର୍ଗରେ ଆୟୋଜିତ ହେଉଥିବା ମେରାଇନ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯ର ଉତ୍ସବର ଆଜିଥିଲା ସପ୍ତମ ଦିବସ । ଆଜି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରାଣ ବର୍ଣ୍ଣିତ ଗାଥାକୁ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ନୃତ୍ୟ ଶିଳ୍ପୀମାନେ । ରଙ୍ଗବେରଙ୍ଗ ଆଲୋକମାଳାରେ ଶୁସଜିତ ହୋଇଥିବା ରଙ୍ଗମଞ୍ଚ । ଓଡିଶୀ ଏବଂ ଆଦିବାସୀ ନୃତ୍ୟ ଦେଖି ଝୁମିଉଠିଥିଲେ ଦର୍ଶକ । ଅନୁଗୋଳର ନୃତ୍ୟନିଳୟ ଅନୁଷ୍ଠାନର ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ସାଥୀ ନୃତ୍ୟ ଶିଳ୍ପୀମାନେ ମଞ୍ଚରେ ପ୍ରବେଶ କରିଥିଲେ । ବେଦରୁ ଆଧାରିତ ଭଗୀରଥଙ୍କ ଦ୍ୱାରା ପୃଥୀବି ପୃଷ୍ଠକୁ ଗଙ୍ଗାଙ୍କ ଆଗମନ, ପବିତ୍ର ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମର ମହିମା ସମ୍ପର୍କିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ନୃତ୍ୟାଭିନୟରେ ପ୍ରତିପାଦିତ କରିଥିଲେ ନୃତ୍ୟଶିଳ୍ପୀମାନେ । ସପ୍ତମ ଦିବସର ସାଂସ୍କୃତିକ ସନ୍ଧ୍ୟାର ଦ୍ୱିତୀୟ ସେପାନରେ କଳାହାଣ୍ଡିର ଜିଲ୍ଲା କେସିଙ୍ଗର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଓଡିଶାର ପାରମ୍ପାରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ନିଖୁଣ ଭାବେ ଜନଜାତିମାନଙ୍କ ଲୋକ ନୃତ୍ୟ ମଞ୍ଚରେ ଉପସ୍ଥାପନ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ